କୁଆଖାଇରେ ଗାଧେଇବାକୁ ଯାଇଥିବାବେଳେ ଅଘଟଣ : ପାଣିରେ ବୁଡି ୨ ଯୁବକ ମୃତ; ମୃତକଙ୍କ ମିଳିଲା ପରିଚୟ

217

କନକ ବ୍ୟୁରୋ : ନଦୀରେ ବୁଡି ଦୁଇ ଯୁବକ ମୃତ । ଭୁବନେଶ୍ୱର ଇନ୍ଦ୍ରପାଲ ନିକଟ କୁଆଖାଇ ନଦୀରେ ବୁଡି ଦୁଇ ଯୁବକ ପ୍ରାଣ ହରାଇଛନ୍ତି । ମୃତକ ହେଲେ ତମାଣ୍ଡୋ ଅଞ୍ଚଳର ସ୍ମୃତି ସୌରଭ ପ୍ରଧାନ ଓ ଅନୁଗୁଳ ରେଙ୍ଗାଳି ଅଞ୍ଚଳର ସତ୍ୟଜିତ ଦାସ । ନଦୀ ପଠା ନିକଟରେ ଭୋଜି କରିବାକୁ ସାଙ୍ଗମାନଙ୍କ ସହ ଉଭୟ ଭୋଜି କରିବାକୁ ଯାଇଥିଲେ । ଅପରାହ୍ନରେ ଗାଧେଇବାକୁ ଯାଇ ନିଖୋଜ ହୋଇଯାଇଥିଲେ । ପରେ ଅଗ୍ନିଶମ ବାହିନୀ ଖବର ପାଇ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।