ପ୍ରଥମ ପର୍ଯ୍ୟାୟ ଭୋଟ ଦେଲା ଓଡିଶା । ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ପ୍ରତିଶତ ମତଦାନ । ସେପଟେ ସୁନାବେଡାରୁ ହେଲିକପ୍ଟର ଯୋଗେ ଷ୍ଟ୍ରଙ୍ଗରୁମ୍ ଗଲା ଇଭିଏମ୍ ।

351

କନକବ୍ୟୁରୋ: ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ଭୋଟ ଦେଇ ନେତା ବାଛୁଛନ୍ତି ଜନତା । ସଂଧ୍ୟା ୫ଟା ସୁଦ୍ଧା ୬୭.୦୭ ପ୍ରତିଶତ ମତଦାନ ହୋଇଛି । କଳାହାଣ୍ଡିରେ ୬୭.୦୭ ପ୍ରତିଶତ, ନବରଙ୍ଗପୁରରେ ୬୫.୦୭ ପ୍ରତିଶତ, କୋରାପୁଟ୍ରେ ୬୧.୪୩ ପ୍ରତିଶତ ଓ ବ୍ରହ୍ମପୁରରେ ସର୍ବନିମ୍ନ ୫୮ ପ୍ରତିଶତ ମତଦାନ ହୋଇଛି । ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ୭ ହଜାର ୩୦୩ଟି ଚାଲିଛି ଭୋଟିଂ । ବ୍ରହ୍ମପୁରରେ ସବୁଠାରୁ କମ୍ ମତଦାନ ହୋଇଛି । ଏଠାରେ ୨୬ ଦଶମିକ ୧୪ ପ୍ରତିଶତ ସହ ସବୁଠୁ କମ୍ ମତଦାନ ହୋଇଛି ।

ଅର୍ବାନ ଭୋଟରଙ୍କୁ ମତଦାନ ପାଇଁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଗଂଜାମ ଜିଲ୍ଲା ଚିକିଟି ବ୍ଲକ୍ ବୁଥ ନମ୍ବର ୭୪ରେ କାର୍ଯ୍ୟରେ ଅବହେଳା ନେଇ ସିଟି ଜିଏସଟି ଅଫିସର ମାନସ ରଂଜନ ସେଠୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି ।ସେପଟେ କୋରାପୁଟ ଜିଲ୍ଲା କୋଟିଆରେ ରେକର୍ଡ ସଂଖ୍ୟକ ମତଦାନ । କୋଟିଆ ପଂଚାୟତର ୯ଟି ବୁଥ୍ରେ ୫୩ ଦଶମିର ୩ ପ୍ରତିଶତ ମତଦାନ ହୋଇଛି । ତଳକଂଟାରେ ୮୬ ପ୍ରତିଶତ, ଗୁମେଲ ପଦର ବୁଥରେ ୭୩ ଦଶମିକ ୬୮ ପ୍ରତିଶତ ମତଦାନ ।