ଧଉଳି ଏକ୍ସପ୍ରେସ୍ ଲାଇନଚ୍ୟୁତ । ହାୱାଡାରୁ ପୁରୀ ଆସିବା ବାଟରେ ଲାଇନଚ୍ୟୁତ ହେଲା ଟ୍ରେନ

ତୁରନ୍ତ ଘଟଣାସ୍ଥଳରେ ପହଂଚି ବିଭାଗୀୟ ଅଧିକାରୀମାନେ ସ୍ଥିତି ଯାଂଚ କରିଛନ୍ତି । 

350

କନକ ବ୍ୟୁରୋ: ଲାଇନଚ୍ୟୁତ ହେଲା ଟ୍ରେନ । ଲାଇନଚ୍ୟୁତ ହୋଇଛି ଧଉଳି ଏକ୍ସପ୍ରେସ । ଧଉଳି ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନ ଥିବା ସୂଚନା ମିଳିଛି । ଟ୍ରେନଟି ହାଓାଡାରୁ ପୁରୀ ଆସିବା ବାଟରେ ଲାଇନଚ୍ୟୁତ ହୋଇଛି । ଖଡଗପୁର ଭୋଗପୁର-ପାଂସକୁରା  ମଧ୍ୟରେ ବଗି ଲାଇନଚ୍ୟୁତ  ହୋଇଛି । ତୁରନ୍ତ ଘଟଣାସ୍ଥଳରେ ପହଂଚି ବିଭାଗୀୟ ଅଧିକାରୀମାନେ ସ୍ଥିତି ଯାଂଚ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଆଜି ଭୋରରୁ ହାଓଡ଼ା ଛାଡ଼ିଥିବା ୧୨୮୨୧ ନମ୍ବର ବିଶିଷ୍ଟ ଧଉଳି ଏକ୍ସପ୍ରେସ ଖଡ଼ଗପୁର ଡିଭିଜନ୍‌ର ଭୋଗପୁର- ପାଂସକୁରା ଦେଇ ଅତିକ୍ରମ କରୁଥିବା ବେଳେ ଇଞ୍ଜନ ଠାରୁ ୬ଟି ବଗି ଦୂରରେ ଥିବା ବି-୩ କୋଚ୍‌ଟି ଲାଇନଚ୍ୟୁତ ହୋଇଥିଲା। ଫଳରେ ସେହିଠାରେ ଟ୍ରେନ୍‌ ଅଟକି ଯାଇଥିଲା। ଏଥିରେ କହି ଆହତ ହୋଇ ନ ଥିବା ବେଳେ ରେଳବାଇ ପକ୍ଷରୁ ରିଲିଫ୍‌ ଟ୍ରେନକୁ ଘଟଣାସ୍ଥଳକୁ ପଠାଯାଇଛି। ନିଜେ ଡିଆରଏମ ବିଏସ ମିଶ୍ର କଣ୍ଟ୍ରେଲ ରୁମ୍‌ରେ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି।

ଯାତ୍ରୀୀମାନଙ୍କୁ ପାଂସକୁରା ଠାରେ ଜଳଖିଆ ଦିଆଯିବା ସହିତ ସେମାନେ ଯେପରି ସୁରକ୍ଷିତ ଭାବେ ପୁରୀ ଆସିପାରିବେ ତାର ବ୍ୟବସ୍ଥା କରାଯାଉଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଯାତ୍ରୀମାନଙ୍କ ପାଇଁ ଖୋର୍ଦ୍ଧା ରୋଡ୍‌ ଡିଭିଜନ ପକ୍ଷରୁ ହେଲ୍ପଲାଇନ୍‌ ଜାରି କରାଯାଇଛି। ଲୋକେ ରେଳବାଇ ପକ୍ଷରୁ ଜାରି ହେଲ୍ପଲାଇନ୍‌ ନମ୍ବର ୦୬୭୪-୨୪୯୦୬୭୬ ଓ ୮୪୫୫୮୮୭୯୯୯ ରେ ଯୋଗାଯୋଗ କରି ପାରିବେ ବେଲି ରେଳବାଇ ପକ୍ଷରୁ କୁହାଯାଇଛି।