ସାତ ଦରିଆ ସେପାରିରେ ବନ୍ଧା ପଡ଼ିଛନ୍ତି ୧୨ ଓଡିଆ ଶ୍ରମିକ : ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହେଲେ ପରିବାର ଲୋକ
କନକ ବ୍ୟୁରୋ : ପରିବାରର ଗୁଜୁରାଣ ମେଂଟାଇବା ପାଇଁ ଦାଦନ ଖଟିବାକୁ ଯାଇ ସାତ ଦରିଆ ସେପାରିରେ ବନ୍ଧା ପଡ଼ିଛନ୍ତି ଓଡ଼ିଆ ଯୁବକ । ଘରକୁ ଫେରିବା କଥା ପଡ଼ିଲେ ମିଳୁଛି ମାନସିକ ଓ ଶାରୀରିକ ନତର୍ଯ୍ୟାତନା । ତିନିମାସ ହେବ ସାଉଦି ଆରବର ଏକ ଠିକା କମ୍ପାନିରେ ଗୋତି ଶ୍ରମିକ ଭାବେ ଖଟୁଛନ୍ତି ଗଞ୍ଜାମ ଜିଲ୍ଳାର ଖଲ୍ଲିକୋଟ, ବେଗୁନିଆପଡ଼ା, ଗଞ୍ଜାମ, ସୋରଡ଼ା ଓ ରଙ୍ଗେଇଲୁଣ୍ଡା ଅଞ୍ଚଳର ୧୨ ଜଣ ଶ୍ରମିକ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅଭାବ ଅନଟନ ଯୋଗୁଁ ଦଲାଲ କବଳରେ ପଡ଼ି ଅଧିକ ଅର୍ଥ ଉପାର୍ଜନ ଆଶାରେ ବିଦେଶକୁ ଦାଦନ ଖଟିବାକୁ ଯାଇଥିଲେ ଏମାନଙ୍କ ଘର ପୁଅ । ମାସେ ହେବ ପାଖରେ ଟଙ୍କାଟିଏ ନଥିବା ବେଳେ ଶ୍ରମିକମାନେ ଭୋକ ଉପାସରେ ଥିବା ପରିବାର ଲୋକ କହିଛନ୍ତି ।
ସେପଟେ ଫସି ରହିଥିବା ଯୁବକଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଫସି ରହିଥିବା ଯୁବକ କିଭଳି ଫେରିବେ ସେନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି ।ତାଙ୍କୁ ସୁରକ୍ଷିତରେ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ । କେବଳ ଓଡିଶାର ନୁହେଁ ପଡୋଶୀ ରାଜ୍ୟର ବହୁ ଶ୍ରମିକ ସାଉଦି ଆରବରେ ଫସି ରହିଥିବା ଜଣାପଡିଛି ।