ପୁଇଁତଳାରେ ବିଧାୟକଙ୍କୁ ସକାଳେ କଳାପତାକା, ସନ୍ଧ୍ୟାରେ ଅଣ୍ଡାମାଡ। ପ୍ରକଳ୍ପର ଉଦଘାଟନ ପାଇଁ ଯାଇଥିଲେ ମୁକେଶ ମହାଲିଙ୍ଗ ।

116

କନକ ବ୍ୟୁରୋ: ସକାଳେ କଳାପତାକା, ସନ୍ଧ୍ୟାରେ ଅଣ୍ଡାମାଡ । ଗତକାଲିର ଦିନ ଏପରି ଥିଲା ଲୋଇସିଂହାର ବିଧାୟକ ମୁକେଶ ମହାଲିଙ୍ଗଙ୍କ ସହିତ । ପୂର୍ବାହ୍ନରେ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଭାଲେର-କୁରୁଲ ସେତୁର ପ୍ରକଳ୍ପର ଉଦଘାଟନ ପାଇଁ ଭାଲେର ଯାଇଥିଲେ ବିଧାୟକ । ଫେରିବା ସମୟରେ ବିଜେଡି କର୍ମୀ ତାଙ୍କୁ ରାସ୍ତାରେ ଅଟକାଇ ବିରୋଧ କରିଥିଲେ । ଏହି ପ୍ରକଳ୍ପ ବିଜେଡିର ତେଣୁ ସେ କାହିଁକି ଉଦଘାଟନ କରିବେ ବୋଲି ଶାସକ ଦଳର କର୍ମୀ ପ୍ରଶ୍ନ କରିିଥିଲେ । ଏହି ସମୟରେ ବିଧାୟକ ମୁକେଶ ମହାଲିଙ୍ଗଙ୍କ ସହିତ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲ।। ପରେ ପୁଲିସ ବୁଝାସୁଝା କରିବା ପରେ ଘଟଣାକୁ ହାଲକା ଭାବେ ନେଇଥିଲେ ଲୋଇସିଂହା ବିଧାୟକ ।

ଏହାପରେ ସଂଧ୍ୟାରେ ବିଜେପିର ମଣ୍ଡି ଚାଲ ଅଭିଯାନରେ ସାମିଲ ହେବାକୁ ଯାଇ ପୁଇଁନ୍ତଳା ଧାନ ମଣ୍ଡି ଯାଇଥିଲେ ଲୋଇସିଂହା ବିଧାୟକ । ଏହି ସମୟରେ ବିଜେଡିର ଆଉ ଏକ ଗୋଷ୍ଠୀ ବିଧାୟକଙ୍କ କାରକୁ ଅଣ୍ଡାମାଡ କରିଥିଲେ । ବିଧାୟକ କହିଛନ୍ତି, ତାଙ୍କ ଲୋକପ୍ରିୟତାରେ ଅସହିଷ୍ଣୁ ହୋଇପଡିଛି ବିଜେଡି । ଯଦି ଚାଷୀଙ୍କ ପ୍ରତି ଦରଦ ଅଛି ତାହେଲେ ସିଧାସଳଖ କ୍ଷେତ୍ରକୁ ଆସନ୍ତୁ ବୋଲି ବିଧାୟକ କହିଛନ୍ତି ।