ମୋଦୀ ସରକାରଙ୍କ ନୀତି ବାବଦରେ ଆଲୋଚନା କରୁଥିବା ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ, ରାହୁଲଙ୍କ ପଦଯାତ୍ରାରେ ସାମିଲ ।

161

କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଜି ସକାଳୁ ସକାଳୁ ସେ ଏହି ଯାତ୍ରାରେ ସାମିଲ ହୋଇଥିଲେ । ରାଜସ୍ଥାନର ସୱାଇ ମାଧପୁରରେ କଂଗ୍ରେସର ପଦଯାତ୍ରାରେ ସାମିଲ ହୋଇଥିଲେ । ରାହୁଲ ଏବଂ ରଘୁରାମ ରାଜନ୍ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ଏହାର ଫଟୋକୁ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି । କ୍ୟାପସନରେ ଲେଖାଯାଇଛି, ଘୃଣା ବିରୋଧରେ ଦେଶକୁ ଯୋଡିବା ପାଇଁ ଛିଡା ହେଉଥିବା ଲୋକଙ୍କ ସଂଖ୍ୟା ବଢାଇବାରେ ଆମେ ସଫଳ ହୋଇଛି ।