କନକ ବ୍ୟୁରୋ : ମାଞ୍ଚଷ୍ଟର ମୈଦାନରେ ରୋହିତ-ରାହୁଲଙ୍କ ସୁପରହିଟ ସୋ’ । କ୍ରିକେଟ୍ ବିଶ୍ୱକପ୍ ମହାଲଢ଼େଇରେ ପାକିସ୍ତାନ ଉପରେ ଭାରି ପଡୁଛି ବିରାଟ ବାହିନୀ । ମାଞ୍ଚେଷ୍ଟର ମୈଦାନରେ ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କ ଶାନଦାର ଅର୍ଦ୍ଧଶତକ । ମାତ୍ର ୩୫ ବଲରୁ ୨ଟି ଛକା ଓ ୬ଟି ଚୌକା ବଳରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ରୋହିତ । ଅନ୍ୟପଟେ ବିଶ୍ୱକପରେ ପ୍ରଥମ କରି ଓପନିଂ ଦାୟିତ୍ୱରେ ଆସିଥିବା କେ.ଏଲ ରାହୁଲ ମଧ୍ୟ ନିଜର ଅର୍ଦ୍ଧ ଶତକ ଅଭିମୂଖେ ବଢିବା ସହ ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପିଟୁଛନ୍ତି । ଆଉ ଭାରତକୁ ଏକ ଜବରଦସ୍ତ ଆରମ୍ଭ ଦେଇଛନ୍ତି ରୋହିତ ଏବଂ ରାହୁଲ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶେଷ ରିପୋର୍ଟ ସୁଦ୍ଧା ଭାରତ ୧୮.୧ ଓଭର ଖେଳି ବିନା କୌଣସି ୱିକେଟ ହରାଇ ୧୦୨ ରନ ସଂଗ୍ରହ କରିଛି । ରୋହିତ ଓ ରାହୁଲ ଯୋଡି ଭାରତକୁ ଏକ ବଡ ସ୍କୋର ଅଭିମୁଖେ ନେଉଛନ୍ତି । ରୋହିତ ୬୨ ରନ କରି ଅପରାଜିତ ଥିବା ବେଳେ ରାହୁଲ ୩୭ ରନ ଖେଳି ରୋହିତଙ୍କୁ ସାଥ୍ ଦେଉଛନ୍ତି । ଏହାପୂର୍ବରୁ ପାକିସ୍ତାନ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ଧୱନଙ୍କ ଅନୁପସ୍ଥିତିରେ ଭାରତୀୟ ଟିମରେ ଗୋଟିଏ ପରିବର୍ତ୍ତନ ହୋଇଥିବା ବେଳେ ବିଜୟ ଶଙ୍କର ପ୍ରଥମ ବିଶ୍ୱକପ ଡେବ୍ୟୁ କରିଛନ୍ତି । ସେପଟେ ରୋହିତଙ୍କ ସହ ଓପନ କରିଛନ୍ତି ରାହୁଲ ।