ଇତିହାସ ଦୋହରାଇଲା ଉମରକୋଟର ଗୁରୁକୃପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ସଫଳ

1,574

କନକ ବ୍ୟୁରୋ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ୨୦୨୩ ଆଜି ପ୍ରକାଶ ପାଇଛି। ଉକ୍ତ ଫଳାଫଳ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଗୁରୁକୃପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫଳାଫଳ ର ଇତିହାସ କୁ ଦୋହରାଇ ଶହେ ଶତକଡ଼ା ଉତ୍ତୀର୍ଣ୍ଣ ହାର ହାସଲ କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଅନୁଷ୍ଠାନରେ ବିଜ୍ଞାନ ବିଭାଗରେ ସର୍ବ ମୋଟ ୩୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭ ଜଣ ପ୍ରଥମ ଶ୍ରେଣୀରେ ଓ ୧୧ ଜଣ ଦ୍ଵିତୀୟ ଶ୍ରେଣୀରେ ଓ ତୃତୀୟ ଶ୍ରେଣୀରେ ୦୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସଫଳତା ଅର୍ଜନ କରିଛନ୍ତି। ସୁଶ୍ରୀ ଶ୍ରେୟା ପାଣିଗ୍ରାହୀ ୪୬୧(୭୭%) ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଅନୁଷ୍ଠାନର ଏହି ଅପାର ସଫଳତା ନିମନ୍ତେ ଗୁରୁକୃପା ଅନୁଷ୍ଠାନର ସଭାପତି ଶ୍ରୀ ମନୋଜ କୁମାର ପାଢ଼ୀ, ସମ୍ପାଦିକା ଶ୍ରୀମତୀ ସାଗରିକା ପଟ୍ଟନାୟକ, ଅଧ୍ୟକ୍ଷ ସୁଧାଂଶୁ ଶେଖର ଟହଲ ତଥା ଗୁରୁକୃପା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜୟା ତ୍ରିପାଠୀ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।