ସତର୍କ ରୁହ ୫ ଜିଲ୍ଲା ! ପ୍ରବଳ ବର୍ଷା ଓ ବଜ୍ରପାତ ବିପଦ ଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ପଢ଼ନ୍ତୁ କେଉଁ କେଉଁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ ।

2,000

କନକ ବ୍ୟୁରୋ: ଆସନ୍ତା ୩ ଘଣ୍ଟା ମଧ୍ୟରେ, ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ୫ ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, କୁଆପଥର ବର୍ଷାର ସମ୍ଭାବନା ରହିଛି । ତେଣୁକରି ଏହିସବୁ ଜିଲ୍ଲାରେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଆସନ୍ତା ୩ ଘଣ୍ଟା ମଧ୍ୟରେ ରାଜ୍ୟର ଅନୁଗୁଳ, ଢ଼େଙ୍କାନାଳ, କୋରାପୁଟ, ଗଞ୍ଜାମ ଏବଂ ଯାଜପୁର ଭଳି ଜିଲ୍ଳା ଗୁଡ଼ିକରେ ବର୍ଷା ଓ ବଜ୍ରପାତ ବିପଦଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏପରିକି ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।