ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଗିରଫ । ଅଭିଯୁକ୍ତ ରାକେଶକୁ ଗିରଫ ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ

1,403

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଏୟାରଫିଲ୍ଡ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ପରେ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ । ଅଧିକ ପଚରାଉଚରା ପାଇଁ ରାକେଶକୁ ନେଲା ଯାଜପୁର ପୋଲିସ ।

ସିସିଟିଭି ଖୋଲିଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଏହି ଆଧାରରେ ଜଣେ ଅଭିଯୁକ୍ତ ରାକେଶକୁ ଗିରଫ କରିଛି ପୋଲିସ । ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁର ଛାନଭିନ୍ ଚାଲିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଭୁବନେଶ୍ୱର ସୁନ୍ଦରପଦାରେ ରେଡ୍ କରିଥିଲା ଯାଜପୁର ପୋଲିସ । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାର ଦୃଶ୍ୟ ସିସିଟିଭିରୁ ସାମ୍ନାକୁ ଆସିବା ପରେ ଏହି ଆଧାରରେ କରିଥିଲା ଖୋଳତାଡ ।