କରୋନା ମହାମାରୀ ମଧ୍ୟରେ ବ୍ରିଟେନରେ ସର୍ବାଧିକ ସାପ୍ତାହିକ ସଂକ୍ରମଣ । ଚିହ୍ନଟ ହେଲେଣି ୧୭ ଲକ୍ଷ ନୂଆ ପଜିଟିଭ୍

126

କନକ ବ୍ୟୁରୋ : ବ୍ରିଟେନରେ ସଂକ୍ରମଣ ଲଗାତର ବୃଦ୍ଧି ପାଉଛି । ସପ୍ତାହକ ମଧ୍ୟରେ ୧୭ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ମହାମାରୀ ମଧ୍ୟରେ ବ୍ରିଟେନରେ ଏହା ସର୍ବାଧିକ ସାପ୍ତାହିକ ସଂକ୍ରମଣ ବୋଲି କୁହାଯାଉଛି । ସବୁ ବର୍ଷର ଲୋକଙ୍କ ମଧ୍ୟରେ ସଂକ୍ରମଣ ବଢିବାରେ ଲାଗିଛି ।
ଲଣ୍ଡନରେ ସବୁଠୁ ଦ୍ରୁତ ଗତିରେ ସଂକ୍ରମଣ ବଢୁଛି । ଏଠାରେ ପ୍ରତି ୨୦ ଜଣରେ ଜଣେ ସଂକ୍ରମିତ ହେଉଥିବା କୁହାଯାଉଛି । ୱେଲ୍ସରେ ସପ୍ତାହକରେ ୭୦ ହାଜର ଲୋକ କରୋନା ସଂକ୍ରମିତ ହୋଇ ସାରିଲେଣି । ବ୍ରିଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆକଳନ ଅନୁଯାୟୀ ଡିସେମ୍ବର ଶେଷ ସୁଦ୍ଧା ଆଉ ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବେ । ସେପଟେ ଚୀନରେ ୪ ମାସରେ ଏବେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବାରୁ ପୁଣି ଥରେ କଟକଣା ଲଗାଯାଇଛି । ଜିଆନ୍ ସହରରେ ୧୩ ନିୟୁତ ଲୋକ ତାଲା ବନ୍ଦରେ ଅଛନ୍ତି ।