କନକ ବ୍ୟୁରୋ : କୋରାପୁଟ । ସୁନ୍ଦର ପରିବେଶ ଓ ପାହାଡ଼ିଆ ବୃକ୍ଷ ରାଜିରେ ଭରା । ବୁଲାବୁଲି କଥା ପଡିଲେ, ମନକୁ କୋରାପୁଟ କଥା ଆସେ । ହେଲେ ଏବେ କୋରାପୁଟର ପରିବେଶ ମଧ୍ୟ ବଦଳିବାକୁ ଲାଗିଲାଣି । ନା ଆଗ ଭଳି ବର୍ଷା ହେଉଛି, ନାଁ ଖରା ଦିନେ ୨୫ରୁ ୩୦ ଡ଼ିଗ୍ରୀ ତଳେ ରହୁଥିବା ତାପମାତ୍ରା । ଆଉ ଏ ସବୁର କାରଣ ଜଙ୍ଗଲ କ୍ଷୟ ବୋଲି କୁହାଯାଉଛି । ରାସ୍ତା ସଂପ୍ରସାରଣ ନାଁରେ ବହୁ ବର୍ଷର ପୁରୁଣା ଗଛକୁ କାଟି ଦିଆଯାଉଛି । ବହୁତଳ କୋଠା ଓ ଚକ୍ ଚକ୍ ରାସ୍ତା ପାଇଁ ଧିରେ ଧିରେ ଘଂଚ ଜଙ୍ଗଲ ଲୋପ ପାଇବାକୁ ବସିଲାଣି । ନିରାମୟ ଓ ସୁଖମୟ ଜୀବନ ବଚିଂବାକୁ ସମସ୍ତଙ୍କୁ ଭଲ ଲାଗେ । ହେଲେ ବିକାଶ ଓ ବିଜ୍ଞାନ ଆଳରେ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ତାହା ଆମକୁ ଧ୍ୱସଂ ଆଡ଼କୁ ନେଇ ଯାଉଛି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେତିକି ପରିମାଣରେ ଗଛ କଟା ଚାଲିଛି ସେହି ଅନୁପାତରେ ଗଛ ଲାଗୁନାହିଁ । କେବଳ ସରକାରୀ କାଗଜ କଲରେ ନୂଆ ଗଛ ଲଗାଇବାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଅଭିଯୋଗ ହୋଇଛି । ପ୍ରକୃତି କୋଳରେ ଖେଳୁଥିବା ମଣିଷ ଏବେ ବି ବୁଝୁନି ପ୍ରକୃତିର ଅବଦାନ କ’ଣ? ରାସ୍ତା କଡ଼ରେ ଗଛ ଛାଇ ନାହିଁ କି ଗୁଳୁଗୁଳିରୁ ନିସ୍ତାର ପାଇଁ ଥଣ୍ଡା ପବନ । ଏବେ ବି ସମୟ ଅଛି ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ଆଉ ସନ୍ତାନ ଭଳି ବଢ଼ାଇବା । କୋରାପୁଟର ପୂର୍ବ ଗୌରବକୁ ଫେରାଇ ଆଣିବା ପାଇଁ ଅଦିବାସୀ ବୈଦ୍ୟ ହରି ପାଙ୍ଗୀ ଚାରା ବଂଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୫ ଲକ୍ଷ ଚାରା ରୋପଣ କରାଯିବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି ।

କେବଳ ବିକାଶ ନାଁରେ ହେଉଛି ପରିବେଶର ବିନାଶ । ସମୟ ଥାଉ ଥାଉ ଯଦି ସଜାଗ ନହେବା ତାହା ହେଲେ ଜୟବାୟୁ ପରିବର୍ତନର ସୁଅରେ ଦିନେ ଆମେ ବି ହଜିଯିବା, ତାହା ଅସମ୍ଭବ ନୁହେଁ ।