ରାତାରାତି ବଦଳିଲା ତାମିଲନାଡୁ ରାଜନୀତି ପାଣିପାଗ ! କୋଷାଧ୍ୟକ୍ଷ ପଦବୀରୁ ହଟିବା ପରେ କହିଲେ, ଜୟାଙ୍କ ମୃତ୍ୟୁର ତଦନ୍ତ ଗଠନ ହେବ କମିଟି

43

କନକ ବ୍ୟୁରୋ: ତାମିଲନାଡୁ ରାଜନୀତିରେ ନାଟକୀୟ ମୋଡ ଆସିଛି । ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ପନ୍ନିରସେଲଭମ କହିଛନ୍ତି ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ । କେମିତି ଜୟଲଳିତାଙ୍କ ମୃତ୍ୟୁ ହେଲା ତାହା ସନ୍ଦେହ ଜନକ ବୋଲି ସେଲଭମ କହିଛନ୍ତି । ଅନ୍ୟପଟେ ଶଶିକଳାଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣକୁ ନେଇ ଅନିଶ୍ଚତତା ସୃଷ୍ଟି ହୋଇଛି ।

ପନ୍ନିରସେଲଭମ କହିଛନ୍ତି,ତାଙ୍କ ପ୍ରତି ଏଆଇଡିଏମକେ ବିଧାୟକଙ୍କ ସମର୍ଥନ ରହିଛି । ବିଧାନସଭାରେ ଏହି ସମର୍ଥନର ଶକ୍ତି ସେ ଦେଖାଇପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଦଳର ସାଧାରଣ ସଂପାଦକ ନିର୍ବାଚନ ପାଇଁ ଠିକ ଭାବରେ ଦଳ ଭିତରେ ନିର୍ବାଚନ ହେବା ଦରକାର । ଆଜି ଚେନ୍ନାଇରେ ସାମ୍ବାଦିକ ସମ୍ମିଳନୀ କରି ଏହି କଥା କହିଛନ୍ତି ।