ଖାଇସାରିବା ପରେ କରନ୍ତୁ ନାହିଁ ଏହି କାମ : ହୋଇପାରେ ମଧୁମେହ, ମୋଟାପଣ ଭଳି ଆହୁରି ଅନେକ ସମସ୍ୟା
ପେଟଭରି ଖାଇସାରିବା ପରେ ଅନ୍ୟ କିଛ ଖାଇବା ପାଇଁ ଓ କିଛି ପାନୀୟ ପିଇବା ପାଇଁ ଅଧିକାଂଶ ସମୟରେ ଡାକ୍ତରମାନେ ବାରଣ କରିଥାନ୍ତି। ମାତ୍ର ଏମିତି କିଛି ଖାଦ୍ୟ ଓ ପାନୀୟ ଅଛି ଯାହା ଖାଇବା ପରେ ବିଲକୁଲ୍ ବି ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ। ନହେଲେ ନାନା ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ। କେବଳ ସେତିକି ନୁହେଁ, ଖାଇବା ପରେ କ’ଣ କରିବେ ନାହିଁ ତାହା ମଧ୍ୟ ଉଲ୍ଲେଖ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
- ଚା’ ଏକ ଏପରି ପାନୀୟ ଯାହାକୁ ଖାଇବା ପରେ ସାଙ୍ଗେ ସାଙ୍ଗେ ଆଦୌ ପିଅନ୍ତୁ ନାହିଁ। ଖାଇସାରି ଚା’ ପିଉଥିବା ଲୋକଙ୍କ ଭିତରେ ରକ୍ତଚାପ, ମଧୁମେହ ଅପେକ୍ଷାକୃତ ବେଶି ଦେଖା ଦେଇଥାଏ। ହଁ, ଆପଣ ସକାଳ ଜଳଖିଆ ପରେ କିମ୍ବା ସଂଧ୍ୟା ଜଳଖିଆ ପରେ ଚା’ ପିଇପାରନ୍ତି। ଏଠାରେ ଗାଧୋଇ ସାରିବା ପରେ ଓ ରାତି ଖାଇବା ପରେ ଚା’ ପିଇବାକୁ ବାରଣ କରାଯାଉଛି।
- ଖାଲି ପେଟରେ ଫଳ ଖାଇବା ଦ୍ୱାରା ଗ୍ୟାସଟିକ୍ ହୋଇଥାଏ ବୋଲି ଡାକ୍ତରମାନେ କହିଥାନ୍ତି। ମାତ୍ର ତାହା ମାନେ ନୁହେଁ ଯେ ଖାଇସାରିବା ସଙ୍ଗେ ସଙ୍ଗେ ଫଳ ଖାଇବେ। ଏହା ମଧ୍ୟ ଅସୁସ୍ଥକର। ଅତିକମରେ ଖାଇବାର ୨୦ ମିନିଟ୍ ପରେ ଫଳ ଖାଆନ୍ତୁ।
- ଖାଲି ଖାଇବା ନୁହେଁ ଗାଧୋଇବା ନେଇ ମଧ୍ୟ କଟକଣା ରହିଛି। ସବୁବେଳେ ଗାଧୋଇସାରି ଖାଇବା ଅଭ୍ୟାସ କରନ୍ତୁ। ଆପଣ ଯଦି ସବୁଦିନ ଖାଇସାରି ଗାଧୋଇବା ଅଭ୍ୟାସ ରଖିଛନ୍ତି ତାହାଲେ ମନେ ରଖନ୍ତୁ ଏହା ଆଦୌ ସୁସ୍ଥକର ନୁହେଁ।
- ଖାଇସାରି ଆଉ କିଛି ନଖାଇବା ଓ ନଗାଧୋଇବା ପରି ମଧ୍ୟ ସଙ୍ଗେ ସଙ୍ଗେ ନଶୋଇବା ପାଇଁ ବାରଣ କରାଯାଇଛି। ଖାଇବାର ଅତିକମରେ ୧୫ ମିନିଟ୍ ପରେ ବିଛଣାକୁ ଯାଆନ୍ତୁ। ଖାଇ ସାରୁ ସାରୁ ବିଛଣାକୁ ଯାଆନ୍ତୁ ନାହିଁ।
- ଖାଇସାରିବା ପରେ କୌଣସି ପ୍ରକାର ଶାରୀରିକ ବ୍ୟାୟାମ ବି କରନ୍ତୁ ନାହିଁ। ଟାଇଟ୍ କରି ବେଲ୍ଟ ବାନ୍ଧିବା, ଖାଇବା ପରେ ଧୂମପାନ କରିବା ବି ଖରାପ ହୋଇଥାଏ।