ପୁଣି ଓଲଟିଲା ଯାତ୍ରୀବାହୀ ବସ୍: ୧୨ରୁ ଅଧିକ ଆହତ, ମେଡିକାଲରେ ଭର୍ତ୍ତି

747

କନକ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ-୫୬ ମନମୁଣ୍ଡା-ବାସୁଦେବପାଲି ଠାରେ ବସ୍ ଦୁର୍ଘଟଣାରେ ୧୨ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ବସଟି ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ବସଟି ଖୋର୍ଦ୍ଧା-ବଲାଙ୍ଗୀରର ଜାତୀୟ ରାଜପଥ-୫୬ ମନମୁଣ୍ଡା-ବାସୁଦେବପାଲିଠାରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡିଥିଲା। ଫଳରେ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୧୮ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଚିକିତ୍ସାଲାଗି ସୁବର୍ଣ୍ଣପୁର ମେଡିକାଲର ଭର୍ତ୍ତି କରାଯାଇଛି।