ଭୁଲ ଅସ୍ତ୍ରପଚାର କରିଦେଲା ରୋଗିଣା: ପରିବାର ନିୟୋଜନ ଅସ୍ତ୍ରପଚାର ବେଳେ ମହିଳାଙ୍କ ଶରୀରର ଅନ୍ୟଅଂଶ କାଟି ଦେଲେ ଡାକ୍ତର

ମହାଙ୍ଗା ଥାନାରେ ଏତଲା ଦେଲେ ପୀଡିତାଙ୍କ ସ୍ୱାମୀ

147

କନକ ବ୍ୟୁରୋ: ଭୁଲ ଅସ୍ତ୍ରପଚାର କରିଦେଲା ରୋଗିଣା । ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଧାଇଁ ଧାଇଁ ନୟାନ୍ତ ହେଲେଣି କଟକ ମାହାଙ୍ଗା ବ୍ଳକ ମଣିଯୋରି ଗାଁର ଗୀତାଞ୍ଜଳି ଦାସ । ସରକାରୀ ଡାକ୍ତରଖାନାକୁ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ଆସି ଡାକ୍ତରଙ୍କ ଭୂଲ ଅସ୍ତ୍ରୋପଚାର ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି ଗୀତାଞ୍ଜଳି ।

ଗତ ୨୬ ତାରିଖରେ ସରକାରଙ୍କ ମଗଣା ଅସ୍ତ୍ରୋପଚାର ସୁବିଧା ପାଇଁ ଗୀତାଞ୍ଜଳି ହସ୍ପିଟାଲ ଆସିଥିଲେ । ଅସ୍ତ୍ରୋପଚାର ବେଳେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାଙ୍କ ଶରୀରର ଅନ୍ୟ ଅଂଶ କାଟି ଦେଇଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ବେପରୁଆ ମନୋଭାବ ଓ କାର୍ଯ୍ୟରେ ଅବହେଳା ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ହୋଇଛି ।

ଏନେଇ ଗୀତାଞ୍ଜଳିଙ୍କ ସ୍ୱାମୀ ଥାନାରେ ଏତଲା ଦେଇଛନ୍ତି । ଏଥିସହ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅନ୍ୟପଟେ କଟକ ସିଡିଏମଓ ଭୁଲ ଅସ୍ତ୍ରୋପଚାରକୁ ଖଣ୍ଡନ କରିବା ସହ ମହିଳାଙ୍କୁ ଅଧିକ ଚିକିତ୍ସା ଯୋଗାଇ ଦେବାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ।