କ’ଣ ହେବ ଜରିମାନା ଦେଇନଥିବା ଖଣି ମାଲିକଙ୍କ ଭବିଷ୍ୟତ? ଆଜି ସୁପ୍ରିମକୋର୍ଟରେ ଦୁଇଜଣିଆ ଖଣ୍ଡପୀଠରେ ଶୁଣାଣି

22

କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ଜରିମାନା ପୈଠ କରି ନଥିବା ଖଣି ଲିଜଧାରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ଡିସେମ୍ବର୩୧ ସୁଦ୍ଧା ଯେଉଁ ଖଣି ଲିଜଧାରୀଙ୍କ ନିକଟରୁ ଜରିମାନା ଆଦାୟ କରାଯାଇଥିଲା ସେ ସମ୍ପର୍କରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାରଙ୍କ ରିପୋର୍ଟ ଆଧାରରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଖଣି ଲିଜଧାରୀ ଓ ବନ୍ଦ ରହିଥିବା ଖଣି ପ୍ରସଙ୍ଗରେ ପରବର୍ତି ପଦକ୍ଷେପ ଓ ଆଭିମୁଖ୍ୟ ସ୍ପଷ୍ଟ କରିବେ । ସେହିପରି ଜରିମାନା ଦେଇନଥିବା ଲିଜଧାରୀଙ୍କ ନିକଟରୁ କିଭଳି ଆଦାୟ କରାଯିବ ସେ ନେଇ ପ୍ରସ୍ତା ରଖିପାରନ୍ତି ରାଜ୍ୟ ସରକାର । ଜରିମାନା ପ୍ରଦାନ କରି ନପାରିବାରୁ ଚଳିତ ମାସ ପହିଲାରୁ ରାଜ୍ୟର ୬ଟି ଲୁହାପଥର ଖଣି ବନ୍ଦ ହୋଇଯାଇଛି ।