ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦରେ ମତଦାନ ଆରମ୍ଭ : ଏନଡିଏ ନିଜ ପ୍ରାର୍ଥୀଙ୍କ ବିଜୟକୁ ନେଇ ନିଶ୍ଚିତ

36

କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦରେ ଆରମ୍ଭ ହୋଇଛି ମତଦାନ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ ଦାନ କରୁଛନ୍ତି । ନିର୍ବାଚନ ମୈଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ଓ ବିରୋଧୀ ଦଳ ତରଫରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ । ଏନଡିଏ ନିଜ ପ୍ରାର୍ଥୀଙ୍କ ବିଜୟକୁ ନେଇ ନିଶ୍ଚିତ ରହିଛି ।

ଅନ୍ୟପଟେ ଉପରାଷ୍ଟ୍ରପତି ନିର୍ବାଚନକୁ ବିଚାର ଧାରାର ଲଢେଇ ଭାବେ ଗ୍ରହଣ କରିଛନ୍ତି ବିରୋଧୀ । ନିର୍ବାଚନ ବିଜୟ ପାଇଁ ୩୯୩ ଭୋଟର ଆବଶ୍ୟକ ଥିବା ବେଳେ ଭେଙ୍କେୟାଙ୍କୁ ୪୦୬ ସାଂସଦଙ୍କ ସମର୍ଥନ ମିଳିଛି । ତେଣୁ ଭେଙ୍କେୟା ଜିତିବା ନିଶ୍ଚିତ ବୋଲି ଧରାଯାଉଛି । ଆଜି ଏହା ମଧ୍ୟ ସ୍ପଷ୍ଟ ହୋଇଯିବ କିଏ ହେବ ଉପରାଷ୍ଟ୍ରପତି,ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ ।  କିଏ ହେବେ ଦେଶର ପରବର୍ତ୍ତୀ ଉପ-ରାଷ୍ଟ୍ରପତି ତାହା ଆଜି ସ୍ପଷ୍ଟ ହୋଇଯିବ ।