ଆଜି ଆୟକର ପଇଠ କରିବାର ଶେଷ ସୁଯୋଗ ! ଜାଣନ୍ତୁ ଏସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା

34

ଆର୍ଥିକ ବର୍ଷ ୨୦୧୬-୧୭ରେ ଆୟକର ରିଟର୍ଣ୍ଣ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଆଜି ହେଉଛି ଶେଷ ଦିନ । ଗ୍ରାହକ ଅଧ ରାତି ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ କରିପାରିବେ । ଏ ସଂକ୍ରାନ୍ତରେ ସରକାର ଆୟକର କାର୍ଯ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଶନିବାର ଅଧ କାର୍ଯ୍ୟ ଦିବସ ହୋଇଥିଲେ ମଧ୍ୟ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସିବିଡିଟି ଏ ସମ୍ପର୍କରେ ନିଜର ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିସାରିଛି ।

ପୂର୍ବରୁ ଆୟକର ରିଟର୍ଣ୍ଣ କରିବାର ଶେଷ ତାରିଖ ଜୁଲାଇ ୩୧କୁ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁଁ ଲକ୍ଷାଧିକ ଗ୍ରାହକ ଆୟକର ରିଟର୍ଣ୍ଣ କରିପାରି ନଥିଲେ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଅଗଷ୍ଟ ୫ ପର୍ଯ୍ୟନ୍ତ ନିଦ୍ଧିଷ୍ଟ ତାରିଖକୁ ବଢ଼ାଇ ଦେଇଥିଲେ । ପୂର୍ବ ବର୍ଷମାନଙ୍କରେ ଅନ୍ତିମ ତାରିଖକୁ ବଢ଼ାଇ ଦିଆଯାଇଥିଲା । କିନ୍ତୁ ଏଥର ଅନଲାଇନ ମାଧ୍ୟମରେ ଆୟକର ରିଟର୍ଣ୍ଣ ବାଧ୍ୟତାମୂଳକ କରି ଦିଆଯାଇଥିବାରୁ ସମୟକୁ ବଢ଼ାଇ ଦିଆଯାଇଛି ବୋଲି ସରକାର କହିଛନ୍ତି ।

ଶନିବାର ଅନ୍ତିମ ଦିବସ ହେଉଥିବାରୁ ସିବିଡିଟି ପକ୍ଷରୁ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ସିବିଡିଟି ସମସ୍ତ ଆୟକର କାର୍ଯ୍ୟାଳୟଗୁଡ଼ିକୁ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆର୍ଥିକ ବର୍ଷ ୨୦୧୬-୧୭ ସ୍ଲାବ ହିସାବରେ ଆୟକର ରିହାତି ସୀମା ୬୦ବର୍ଷରୁ କମ ପୁରୁଷ ଓ ମହିଳାଙ୍କ ପାଇଁ ୨.୫ ଲକ୍ଷ ଟଙ୍କା ।

ଏଥିରୁ ଯଦି ଅଧିକ ଆୟ କରୁଥାନ୍ତି, ତା’ହେଲେ ରିଟର୍ଣ୍ଣ ଫାଇଲ କରିବାର ଆବଶ୍ୟକତା ରହିଛି । ସେହିପରି ୬୦ ବର୍ଷରୁ ଅଧିକ ନାଗରିକଙ୍କ ପାଇଁ ୩ଲକ୍ଷ ଓ ୮୦ ବର୍ଷରୁ ଅଧିକ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ଆୟକର ରିହାତି ଅଛି ।

ସୌଜନ୍ୟ: ଟାଇମ୍ସ ଅଫ୍ ଇଣ୍ଡିଆ