ଉତ୍ତରପ୍ରଦେଶ : ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ,୬୬ ପ୍ରତିଶତ ମତଦାନ ହୋଇଥିବା ସୂଚନା

21

କନକ ବ୍ୟୁରୋ : ଉତ୍ତରପ୍ରଦେଶର ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୧୧ଟି ଜିଲ୍ଲାର ୬୭ଟି ଆସନ ଭୋଟ ଗ୍ରହଣ ହୋଇଛି । ଏହି ପର୍ଯ୍ୟାୟରେ ୬୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଏବେ ୭୨୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି । ମୋଟ ୧୪ ହଜାର ୭୭୧ କେନ୍ଦ୍ରରେ ମତଦାନ କରାଯାଇଛି ।

ସେପଟେ ଉତରାଖଣ୍ଡରେ ମଧ୍ୟ ୬୯ ଆସନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ଏହା ସହ ଇଭିଏମରେ ବନ୍ଦ ହୋଇଯାଇଛି ୬୨୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଉତରାଖଣ୍ଡର ୭୦ ଆସନ ମଧ୍ୟର ଜଣେ ପ୍ରାର୍ଥୀଙ୍କ ମୃତ୍ୟୁଯୋଗୁଁ ଗୋଟିଏ ଆସନରେ ଭୋଟ ଗ୍ରହଣ ହୋଇନାହିଁ । ରାଜ୍ୟରେ ୬୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।