ଆସନ୍ତାକାଲି ହେବ ତୃତୀୟ ପର୍ଯ୍ୟାୟ ମତଦାନ !

28

କନକ ବ୍ୟୁରୋ : ୨ଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ପାଇଁ ମତଗ୍ରହଣ ହେବ । ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୫ଟି ବ୍ଲକର ୧୭୫ ଜିଲ୍ଲା ପରିଷଦ ଜୋନ ପାଇଁ ମତଗ୍ରହଣ ହେବ । ଏହି ପର୍ଯ୍ୟାୟରେ ୧୩୯୪ ପଂଚାୟତ ପାଇଁ ଭୋଟଗ୍ରହଣ ହେବ । ୧୮୮୫୯ ବୁଥରେ ମୋଟ୍ ୫୩ ଲକ୍ଷ ୨୩ ହଜାର ୯୯୩ ଭୋଟର ତୃତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହେବେ ।