ଜନ୍ମଦିନରେ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଉଛି ଦେଶ । ଶ୍ରଦ୍ଧାଞ୍ଜଳି ଦେବାକୁ ପହଂଚିଲେ ମୋଦି ଓ ମନମୋହନ

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ

100

କନକ ବ୍ୟୁରୋ : ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ । ବାଜପେୟୀଙ୍କ ଜନ୍ମଦିନ ଅବସରରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ଏହା ବ୍ୟତୀତ ଦେଶର ବିିଭିନ୍ନ ଜାଗାରେ ସୁଶାସନ ଦିବସ ଭାବେ ଅଟଳଙ୍କ ଜନ୍ମଦିନ ପାଳନ କରୁଛି ଭାରତୀୟ ଜନତା ପାର୍ଟି ।

 

ରାଜଧାନୀ ଦିଲ୍ଲୀରେ ଅଟଳଙ୍କ ସ୍ମୃତି ଉପରେ ବିଶେଷ କାର୍ଯ୍ୟକ୍ରମ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଗାୟକ ପଙ୍କଜ ଉଧାସ ଯୋଗ ଦେଇ ସଙ୍ଗୀତ ପରିବେଷଣ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଭିଡିଓରେ ସେ ଅଟଳଙ୍କ ଫଟୋ, ତାଙ୍କର ରାଜନୈତିକ ଜୀବନଧାରା ଜଡିତ କେତେକ ବିଶେଷ କଥା ଉଲ୍ଲେଖ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟୁଇଟ କରି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।