ଶିରିଡି ସାଇ ବାବାଙ୍କୁ ହାତଖୋଲି ଦାନ କଲେ ଭକ୍ତ । ୩ ଦିନରେ ଶିରିଡି ଧାମର ଆୟ ଟପିଲା ୫ କୋଟି ଟଙ୍କା

38

କନକ ବ୍ୟୁରୋ: ଶିରିଡି ସାଇ ବାବାଙ୍କୁ ହାତଖୋଲି ଦାନ କଲେ ଭକ୍ତ । ଗତ ତିନି ଦିନରେ ସାଇ ବାବାଙ୍କ ମନ୍ଦିରକୁ ଦାନ ୫ କୋଟି ୯୭ ଲକ୍ଷ ଟଙ୍କା । ସାଇ ବାବା ସମାଧି ନେବାର ଶହେବର୍ଷ ପୂର୍ତି ପାଳନ ଅବସରରେ ଏଭଳି ଦାନ କରିଛନ୍ତି ଭକ୍ତ । ଶତବର୍ଷିକୀ ପାଳନର ଶେଷ ତିନିଦିନ ଅର୍ଥାତ ଅକ୍ଟୋବର ୧୭ରୁ ୧୯ ତାରିଖ ମଧ୍ୟରେ ବିପୁଳ ପରିମାଣର ଦାନ କରିଛନ୍ତି ଶ୍ରଦ୍ଧାଳୁ ।

କେବଳ ମନ୍ଦିର ପରିସରରେ ଲାଗିଥିବା ହୁଣ୍ଡିକୁ ୨ କୋଟି ୫୨ ଲକ୍ଷ ଟଙ୍କାର ଦାନ ଆସିଛି । ସେହିପରି ମହାରାଷ୍ଟ୍ର ଅହମ୍ମଦ ନଗରରେ ଥିବା ବାବାଙ୍କ ମନ୍ଦିର ଦାନବାକ୍ସରେ ପଡିଛି ୧ କୋଟି ୪୬ ଲକ୍ଷ ଟଙ୍କା । ଅନ ଲାଇନରେ ବାବାଙ୍କୁ ଦାନ ମିଳିଛି ୧ କୋଟି ୪୧ ଲକ୍ଷ ଟଙ୍କା ।

 

୨୮ ଲକ୍ଷ ୨୪ ହଜାର ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ୨୪ ଲକ୍ଷ ୫୫ ହଜାର ଟଙ୍କାର ବିଦେଶୀ ମୁଦ୍ରା ଦାନ ଆକାରରେ ମିଳିଛି । ଦର୍ଶନ ଟିକଟ ବାବଦରେ ମନ୍ଦିର ଟ୍ରଷ୍ଟ ୭୮ ଲକ୍ଷ ଟଙ୍କା ଓ ଅନଲାଇନ ପାସ ଜରିଆରେ ୨୮ ଲକ୍ଷ ୫୧ ହଜାର ଟଙ୍କା ରୋଜଗାର କରିଛି ।