ରାୟଗଡା କଲ୍ୟାଣସିଂହପୁରରେ ଅଘଟଣ : କୀଟନାଶକ ପିଇ ଜୀବନ ହାରିଲେ ଅଙ୍ଗନୱାଡିଙ୍କ କର୍ମୀ ଓ ତାଙ୍କ ୨ ଝିଅ

18

ରାୟଗଡା : ଅଙ୍ଗନୱାଡି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ଓ ତାଙ୍କର ୨ ଝିଅଙ୍କ ଆତ୍ମହତ୍ୟା । ଏହି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବେଲକଣାରେ । ମୃତକ ହେଉଛନ୍ତି ଉଚପଳା ଶୁକ୍ଳା ଓ ତାଙ୍କ ୨ ଝିଅ ପିଙ୍କି ଶୁକ୍ଳା ଓ ରିଙ୍କି ଶୁଳ୍କା । ଏମାନେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଅଙ୍ଗନୱାଡି ସଂଘ ପକ୍ଷରୁ ରାୟଗଡା-କଲ୍ୟାଣସିଂହପୁର ରାସ୍ତା ଅବରୋଧ କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି ।

ଉଚପଳାଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ସେ ଏହି ଅଙ୍ଗନୱାଡି କେନ୍ଦ୍ରରେ ଦୀର୍ଘ ବର୍ଷ ହେବ କାମ କରିଆସୁଥିଲେ । ତେବେ ଏସପିଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନ ହଟିଛି ।