ଆସନ୍ତାକାଲିଠୁ କାଳବୈଶାଖୀ ସମ୍ଭାବନା ! ପାଣିପାଗ ବିଭାଗର ସୂଚନା, ସମସ୍ତ ଜିଲ୍ଲାରେ ହୋଇପାରେ ମଧ୍ୟମ ଧରଣର ବର୍ଷା । 

544

କନକ ବ୍ୟୁରୋ : କାଲିଠୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ଆସନ୍ତା ୨୪ ତାରିଖରୁ ୨୭ ତାରିଖ ମଧ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି । ଓଡିଶାର ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିରେ ଝଡ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ଆଶଙ୍କା ରହିଛି । 

ଆସନ୍ତାକାଲିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏହି ସମୟରେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି । କାଳବୈଶାଖୀ ସମ୍ଭାବନା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ଶୀତର ପ୍ରଭାବ ଉଭାନ ହୋଇଯାଇଥିବା ବେଳେ ଏବେ ଠାରୁ ଦିନରେ ଅସହ୍ୟ ଗରମ ଅନୁଭୂତ ହେଲାଣି । ତେବେ ଆସନ୍ତାକାଲିଠୁ ୨୭ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।