କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ । ଏହି ଗସ୍ତରେ ଅଷ୍ଟ୍ରେଲିଆ ଭାରତ ସହିତ ଖେଳିବ ମୋଟ୍ ୨ ଟି ଟି-ଟ୍ୱେଂଟି ଓ ୫ ଟି ଦିନିକିଆ ମ୍ୟାଚ୍ । ତେବେ ଟି-ଟ୍ୱେଂଟି ସିରିଜ ପ୍ରଥମ ମ୍ୟାଚ୍ ଖେଳାଯିବ ବିଶାଖାପାଟଣାରେ । ସଂଧ୍ୟା ୭ଟା ରେ ହେବ ଏହି ହାଇଭୋଲଟେଜ୍ ଟକ୍କର । ମ୍ୟାଚ୍ ପାଇଁ ଉଭୟ ଟିମ୍ କରିଛନ୍ତି ଜୋରଦାର ଅଭ୍ୟାସ । ବିଶ୍ୱକପ୍ ପୂର୍ବରୁ ଭାରତ ପାଇଁ ଏହି ସିରିଜ୍ ହେବ ଶେଷ ରିହଲସଲ୍ ।

Advertisment

publive-image

ସୁପରସଣ୍ଡେରେ ସୁପରଲଢେଇ । ବିଶାଖାପାଟଣାରେ ହେବ ହାଇଭୋଲଟେଜ୍ ଟକ୍କର । ମ୍ୟାଚ୍ ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । କଙ୍ଗାରୁ ଦଳକୁ ଘରୋଇ ଗ୍ରାଉଣ୍ଡରେ ଚକମା ଦେବାକୁ ବେଶ୍ ଝାଳ ବୁହାଇଛନ୍ତି ଖେଳାଳି । ୩ ସପ୍ତାହର ବିଶ୍ରାମ ପରେ ଟିମକୁ କମବ୍ୟାକ୍ କରିଛନ୍ତି କୋହଲି ଓ ବୁମରା । କୋହଲିଙ୍କ କମବ୍ୟାକ୍ ବ୍ୟାଟିଂ ଲାଇନକୁ କରିଛି ଅଧିକ ମଜବୁତ୍ । ଟି ୨୦ ସିରିଜରୁ ବାଦ୍ ପଡିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ସମସ୍ତଙ୍କ ନଜର ରହିବ ଦୁଇ ୟଙ୍ଗଷ୍ଟାର ରିଷଭ ପନ୍ତ ଓ ବିଜୟ ଶଙ୍କରଙ୍କ ଉପରେ । ବିଶ୍ୱକପ୍ ଟିକେଟ୍ ପାଇଁ ଏହି ଖେଳାଳିଙ୍କ ପାଇଁ ବେଶ୍ ଗୁରୁତ୍ୱ ରଖୁଛି ଅଷ୍ଟ୍ରେଲିଆ ସିରିଜ୍ର ପ୍ରଦର୍ଶନ । ଅଷ୍ଟ୍ରେଲିଆ ଟୁରରେ କଙ୍ଗାରୁ ଦଳକୁ ଧୂଳି ଚଟେଇଥିଲା ଭାରତ । ଘରୋଇ ମାଟିରେ ପୁଣି ଥରେ ସେହି ସଫଳତା ଦୋହରାଇବା ଲକ୍ଷ୍ୟ ରଖିଛି କୋହଲି ବ୍ରିଗେଡ୍ ।

publive-imageସେପଟେ ଭାରତଠାରୁ ସିରିଜ ପରାଜୟର ବଦଲା ନେବା ମୁଡରେ କଙ୍ଗାରୁ ଟିମ୍ । ଆରୋନ୍ ଫିଞ୍ଚଙ୍କ ନେତୃତ୍ୱାଧୀନ ଟିମ୍ ଅଷ୍ଟ୍ରେଲିଆ ମଧ୍ୟ କରିଛି ପ୍ରସ୍ତୁତି । ସିରିଜରେ ଖେଳାଯିବ ମୋଟ୍ ୨ଟି ଟି-ଟ୍ୱେଣ୍ଟି ଓ ୫ ଟି ଦିନିକିଆ । ବିଶ୍ୱକପ୍ ପୂର୍ବରୁ ବିଜୟ ସହ ସିରିଜ ଶେଷ କରିବା ମୁଡରେ ଅଛି କଙ୍ଗାରୁ ଟିମ୍  । ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଭାରତ ପାଇଁ ହେବ ରିହରସଲ୍ ଭଳି । ସିରିଜର ପ୍ରଥମ ଟି-୨୦ ଆସନ୍ତାକାଲି ବିଶାଖାପାଟଣାରେ ଓ ଦ୍ୱିତୀୟ ଟି-୨୦ ଆସନ୍ତା ୨୭ ତାରିଖରେ ବେଙ୍ଗାଲୁରୁରେ ଖେଳାଯିବ । ବିଶ୍ୱକପ୍ ୫୦ ଓଭର ଫର୍ମାଟର ହୋଇଥିଲେ ମଧ୍ୟ ଭାରତ ଏହି ସର୍ଟ ଫର୍ମାଟର କ୍ରିକେଟକୁ ହାଲକା ଭାବେ ନେବନି, ଯାହା ସ୍ପଷ୍ଟ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ।

ସମ୍ଭାବ୍ୟ ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଋଷଭ ପନ୍ଥ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନୀ (ୱିକେଟରକ୍ଷକ), ବିଜୟ ଶଙ୍କର, କୃର୍ଣ୍ଣାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଯଶପ୍ରିତ ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ ଏବଂ ମୟଙ୍କ ମାର୍କଣ୍ଡେୟ ।