ସମ୍ବଲପୁର ପେଟ୍ରୋଲ ପମ୍ପରେ ଚଢାଉ ! ଏକକାଳୀନ ୩ଟି ବିଭାଗର ଛାପା

34

କନକ ବ୍ୟୁରୋ : ପେଟ୍ରୋଲ ପମ୍ପରେ ଚଢାଉ । ଚାଇନା ଚିପ୍ ଠାବ ପାଇଁ ପେଟ୍ରୋଲ ପମ୍ପରେ ଏକ କାଳିନ ୩ଟି ବିଭାଗ ଛାପା ମାରିଛି । ସମ୍ବଲପୁରରେ ଯୋଗାଣ ବିଭାଗ, ମାପ ଓଜନ ଓ ପୁଲିସ ପକ୍ଷରୁ ଚଢାଉ କାରାଯାଇଛି । ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ଛାନଭିନ୍ ଜାରି ରଖିଛନ୍ତି ଏସବୁ ବିଭାଗର ଟିମ୍ । ସହରରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡ଼ିକରେ ଆଜି ସକାଳୁ ସକାଳୁ ଯୋଗାଣ ବିଭାଗ, ପୁଲିସ ଏବଂ ମାପ ଓ ଓଜନ ବିଭାଗର କର୍ମଚାରୀ ମାନେ ମିଳିତ ଚଢ଼ାଉ କରିଛନ୍ତି । ପେଟ୍ରୋଲ ପମ୍ପ ମେସିନ ଗୁଡିକୁ ସଂପୂର୍ଣ୍ଣ ଖୋଲିବା ସହ ମେସିନରେ ଲାଗିଥିବା ସିଲକୁ ମଧ୍ୟ ଖୋଲି ଚେକିଂ କରିଥିଲେ । ଏହ ସହ ବିଭିନ୍ନ ପେଟ୍ରୋଲ ପମ୍ପରୁ ତେଲ ଠିକ ଅଛି ନା ଏଥିରେ କିଛି ମିଶ୍ରଣ ହୋଇଛି ଏହାର ମଧ୍ୟ ଯାଂଚ କରାଯାଇଥିଲା ।