ମୃତ୍ୟୁ ପରେ ସ୍ୱର୍ଗଦ୍ୱାରରେ କାହିଁକି କରାଯାଏ ଦାହ ସଂସ୍କାର ? କଣ ରହିଛି ବିଶେଷତ୍ୱ ? ଜାଣନ୍ତୁ ସ୍ୱର୍ଗଦ୍ୱାରର ଅଜଣା କଥା..

917

କନକ ବ୍ୟୁରୋ: ସ୍ୱର୍ଗଦ୍ୱାରା । କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ । ବିଶ୍ୱାସ ରହିଛି ଏଠାରେ ଶବ ସକ୍ରାର କଲେ ପୂର୍ଣ୍ଣ୍ୟ ମିଳିବା ସହ ମୋକ୍ଷ୍ୟ ପ୍ରାପ୍ତି ମଧ୍ୟ ମିଳିଥାଏ । ଏହାର ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି ଯାହାକୁ ନେଇ ଉଭୟ ରାଜ୍ୟ ଏବଂ ରାଜ୍ୟ ବାହାରରୁ ଶହ ଶହ ଶବ ଆସି ଏଠାରେ ଦାହ କରାଯାଇଥାଏ ।

ସ୍ୱର୍ଗଦ୍ୱାରର ବିଶେଷତ୍ୱ

ଜଳେ, ସ୍ଥଳେ ଚ ଅନ୍ତରୀକ୍ଷେ ମୁକ୍ତି ଶ୍ରୀ ପରୁଷତ୍ତୋମେ… ପୁରୁଷତ୍ତମ କ୍ଷେତ୍ର ଅର୍ଥାତ୍ ଶ୍ରୀ ଯକ୍ଷତ୍ର ଯେଉଁଠି କି ଯମଙ୍କର ପ୍ରବେଶ ଅଧିକାର ନାହିଁ । ଏକଥା ଖୋଦ୍ ଜଗତଜନନୀ ମାଆ ମହାଲକ୍ଷ୍ମୀ ମହାପ୍ରଭୁ କାଳିଆ ଠାକୁରଙ୍କୁ ସତ୍ୟ କରାଇ କହିଥିଲେ । ସେହିଭଳି ସ୍ୱର୍ଗଦ୍ୱାରକୁ ସ୍ୱର୍ଗଲୋକ ଯିବାର ମାର୍ଗଭାବରେ ଗଣନା ମଧ୍ୟ କରାଯାଏ । ହିନ୍ଦୁମାନଙ୍କ ବିଶ୍ୱାସ ଅନୁସାରେ ସ୍ୱର୍ଗଦ୍ୱାରରେ ଶବଦାହ କଲେ ମଣିଷର ସମସ୍ତ ପାପ କ୍ଷୟ ହୋଇଯାଏ ଏବଂ ସେ ପୂନଃଜନ୍ମରୁ ମୁକ୍ତି ପାଇଥାଏ । ତେବେ ପଂଚ ମହାଭୁତରେ ସାଧାରଣତଃ ସମସ୍ତେ ବିଲୀନ ହୋଇଥାନ୍ତି କିନ୍ତୁ ଏଠାରେ ଶବ ଦାହ କରିବା ଦ୍ୱାରା ଏହି ସମୁଦ୍ରର ନୀଳ ଜଳରାଶିରେ ପାଉଁଶ ଗୁଡିକ ଶବଧାରରୁ ପବନରେ ଉଡି ଯାଇ ନିକ୍ଷେପିତ ହୋଇଥାଏ ଏବଂ ମନୁଷ୍ୟ ଏଠାରେ ସ୍ୱର୍ଗପ୍ରାପ୍ତି ହୋଇଥାଏ ।

ଶ୍ରୀକ୍ଷେତ୍ରରେ ଥିବା ଏହି ମହାଶ୍ମସାନରେ ବାସକରନ୍ତି ଦେବୀ କାଳୀ । ଯିଏକି ସ୍ୱର୍ଗଦ୍ୱାରର ଜଗୁଆଳୀ ଏବଂ ସ୍ୱର୍ଗ ଗମନ କରୁଥିବା ଅତ୍ମାମାନଙ୍କର ପ୍ରତୀକ ସ୍ୱରୂପ । ପ୍ରତ୍ୟେକ ଅମାବାସ୍ୟାରେ ମହାପ୍ରଭୁ ଜଗନ୍ନାଥ ନିଜର ଶ୍ୱଶୁର ଘର ସମୁଦ୍ରକୁ ବୁଲିବାକୁ ଯିବାବେଳେ ଏହି ଶବଦାହ ଭୂମିଦେଇ ଯାଇଥାନ୍ତି ବୋଲି ପୌରାଣିକ ଗାଥା ରହିଛି । ସେହିଭଳି ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ମର୍ତ୍ତ୍ୟ ବୈକୁଣ୍ଠ ଭାବରେ ଗଣନା କରାଯାଏ, ଯେଉଁଠି ଭଗବାନ ବିଷ୍ଣୁ ବଡ଼ ଦେଉଳରେ ଜଗନ୍ନାଥ ଭାବରେ ବାସ କରନ୍ତି । ସେଥିପାଇଁ, କୌଣସି ଶରୀର ଏହି ମୃତ୍ୟୁବରଣ କଲେ ସିଧା ସ୍ୱର୍ଗାଲୋକ ଗମନ କରିଥାଏ ଏବଂ ମୁକ୍ତି ପ୍ରାପ୍ତ ହୋଇଥାଏ । ମହୋଦଧି ବ୍ୟତୀତ ସ୍ୱର୍ଗଦ୍ୱାରରେ ମଧ୍ୟ ସିଧା ମୁକ୍ତି ପ୍ରାପ୍ତି ହୋଇଥାଏ । ଶ୍ରୀ ଚୈତନ୍ୟଦେବ ମଧ୍ୟ ଏହିଠାରେ ପ୍ରଥମେ ସ୍ନାନ କରି ଦିବ୍ୟଶକ୍ତିର ଲାଭ କରିଥିଲେ । ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମଦାରୁ ସମୁଦ୍ରରେ ଭାସିଆସି ସ୍ୱର୍ଗଦ୍ୱାର ନିକଟରେ ଲାଗିଥିଲା ଯେଉଁଥିରୁ ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଧାମୂର୍ତ୍ତିଙ୍କର ଉତ୍ପତ୍ତି ହୋଇଛି ।