ଅନ୍ଧବିଶ୍ୱାସ ଦୂର କରିବା ପାଇଁ ନିଆଁରେ ଚାଲିଲେ ବରିଷ୍ଠ ପୁଲିସ ଅଧିକାରୀ

39

କନକ ବ୍ୟୁରୋ : ଅନ୍ଧବିଶ୍ୱାସ ଦୂର କରିବା ପାଇଁ ନିଆଁରେ ଚାଲିଲେ ବରିଷ୍ଠ ପୁଲିସ ଅଧିକାରୀ । ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ନିଆଁରେ ଚାଲିଲେ ଛତିଶଗଡ ବିଲାସପୁର ରେଂଜ ଆଇଜି ବିବେକାନନ୍ଦ ସିହ୍ନା ଓ କୋର୍ବା ଜିଲ୍ଲା ଏସପି ଡି.ଶ୍ରବଣ କୁମାର । କୋର୍ବା ଜିଲ୍ଲା ଦୁର୍ଗମ ଅଂଚଳ ପସାନ ଗାଁରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।

ସ୍ଥାନୀୟ ଅଂଚଳରେ ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ନୀରିହ ଲୋକଙ୍କ ଜୀବନଧାରଣା ଶୋଚନୀୟ ହୋଇପଡିଛି । ତେଣୁ ଏହାକୁ ଦୂର କରିବା ସହ ବିଜ୍ଞାନ ସର୍ମ୍ପକରେ ଧାରଣା ବୃଦ୍ଧି ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏପରି ପଦକ୍ଷେପ ବେଶ ପ୍ରଶଂସନୀୟ । ପୁଲିସ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ଧବିଶ୍ୱାସ ବିରୋଧି ସମିତି ମଧ୍ୟ ଯୋଗ ଦେଇଥିଲେ ।

ନିଆଁରେ ଚାଲିବା କୌଣସି ଚମତ୍କାର ନୁହଁ ବୋଲି ପ୍ରମାଣ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀ ଖାଲି ପାଦରେ ନିଆଁରେ ଚାଲିଥିଲେ । ଏହାସହ ଲେମ୍ବୁର ରଙ୍ଗ ପରିବର୍ତନ ହେବା,ଏଥିରୁ ରକ୍ତ ବାହାରିବା ଏବଂ ନିଆଁରେ ଚାଲିବା ଆଦିର କୌଣସି ଚମତ୍କାର ନୁହେଁ ବୋଲି ଲୋକଙ୍କୁ ସ୍ପଷ୍ଟ ଭାବେ ବୁଝାଇଥିଲେ ।