ଗୁଜୁରାଟ ନିର୍ବାଚଳ ଫଳାଫଳ ପରେ ରାହୁଲ ଗାନ୍ଧିଙ୍କ ପ୍ରତିକ୍ରିୟା ! କହିଲେ,ପରାଜୟ ହୋଇଥିଲେ ବି ଭଲ ପ୍ରଦର୍ଶନ କରିଛି କଂଗ୍ରେସ, ବିଜେପିକୁ ଲାଗିଛି ବଡ ଝଟକା

28

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ଫଳାଫଳ ଆସିବା ପରେ ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ନିର୍ବାଚନରେ ପରାଜୟ ହୋଇଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିଛି କଂଗ୍ରେସ । ବିଜେପିକୁ ଲାଗିଛି ଝଟକା । ମୋଦିଙ୍କ ବିକାଶ ମଡେଲକୁ ଗୁଜରାଟ ଜନତା ଗ୍ରହଣ କରିନାହାଁନ୍ତି । ରାହୁଲ କଟାକ୍ଷ କରି କହିଛନ୍ତି ମୋଦି ବିକାଶର କଥା କହୁଛନ୍ତିି କିନ୍ତୁ ସେହି ପ୍ରସଙ୍ଗରେ କିଛି ପଚାରିଲେ ତାର ଜବାବ ଦେଇ ପାରୁ ନାହାଁନ୍ତି । ଏହା ସହିତ ମୋଦିଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାହୁଲ । କହିଛନ୍ତି ମୋଦି ନିରନ୍ତର ଭାବେ ଦୁର୍ନୀତି କଥା କରୁଥିଲେ । କିନ୍ତୁ ରାଫେଲ ଡିଲ୍ ଓ ଜୟ ଶାହାଙ୍କ ପ୍ରସଙ୍ଗରେ ମୋଦି ପଦୁଟିଏ କହୁ ନାହାଁନ୍ତିି ।

ଅନ୍ୟପଟେ ଗୁଜୁରାଟ ନିର୍ବାଚନ ଫଳାଫଳ ନେଇ ଓଡ଼ିଶାରେ ମଧ୍ୟ ଚାଲିଛି ତର୍କବିତର୍କ । ଆଉ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ବିରୋଧୀ ହାୱା ଓଡିଶାରେ କାମ କରିବନି । ଗୁଜରାଟ ଫଳାଫଳର ପ୍ରଭାବ ଓଡିଶାରେ ପଡିବନି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଯେକୌଣସି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି ।ଏପଟେ ବିଜେଡି ପ୍ରତିକ୍ରିୟାର ଜବାବ ଦେଇଛି ବିଜେପି । ଦଳ କହିଛି ଗୁଜରାଟରେ ସିନା ସିଟ୍ ସଂଖ୍ୟା କମିଛି, ହେଲେ ଭୋଟ ପ୍ରତିଶତ ବଢିଛି । ଲୋକେ ମୋଦିଙ୍କ ବିକାଶଧାରାଙ୍କୁ ସମର୍ଥନ କରିଛନ୍ତି । ରାଜ୍ୟରେ ବିଜେଡି ଅହଙ୍କାରରେ ମାତିଛି । ତେଣୁ ଆମ ରାଜ୍ୟରେ ବିକାଶ ହୋଇନି । ଆଉ ଏହି ଅହଙ୍କାରର ପରିଣତି ୨୦୧୯ରେ ଭୋଗିବେ । ସରକାରର ପତନ ହୋଇ ନୂଆ ସରକାର ଆସିବ ।