ପାଲଲହଡାରେ ମର୍ମନ୍ତୁଦ ଦୁର୍ଘଟଣା ! ଘଟଣାସ୍ଥଳରେ ୩ ମୃତ

18

କନକ ବ୍ୟୁରୋ : ପାଲଲହଡାରେ ମର୍ମନ୍ତୁଦ ଦୁର୍ଘଟଣା । ଏନଏଚ ୪୯ କନ୍ତଳା ଛକ ନିକଟରେ ବାଇକ ଓ ଟ୍ରକ ମୁହାଁମୁହିଁ ପିଟି ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ତିନି ଜଣ ବାପା, ମା ଓ ଝିଅ ବୋଲି ଜଣାପଡିଛି । ଶିମିଳିପାଳ ଗାଁର ଏହି ପରିବାର ବାଇକରେ ତେଲକୋଇ ଯିବାବେଳେ ଏହି ଦୁର୍ଘଟଣା ଘଟିଛି ।