ହାଣ୍ଡିଶାଳରୁ ପିଆଜ ଉଭାନ ! ଓଡିଶା ବଜାରରେ ୮୦ ଟପିଲାଣି ପିଆଜ ଦର: ଖାଉଟି ହନ୍ତସନ୍ତ, ଯୋଗାଣ ମନ୍ତ୍ରୀ କହିଲେ, ଅନ୍ୟ ରାଜ୍ୟଠାରୁ କମ୍ ଅଛି ଦର

ସରକାରୀ ଦୋକାନରେ ରିହାତିରେ ମିଳୁଛି ପିଆଜ

360

କନକ ବ୍ୟୁରୋ: ଓଡିଶା ବଜାରରେ ୮୦ ଟପିଲାଣି ପିଆଜ ଦର । ଫଳରେ ହାଣ୍ଡିଶାଳରୁ ଏବେ ପିଆଜ ଉଭାନ ହେବାକୁ ବସିଲାଣି । ଅତ୍ୟଧିକ ଦର ବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ ହେଉଛନ୍ତି । ଯେଉଁ ପିଆଜ ଦର କିଲୋପିଛା ମାସକ ତଳେ ୨୦ରୁ ୨୫ ଟଙ୍କା ଥିଲା । ଏବେ ସେହି ପିଆଜ ଦରରେ ନିଆଁ ଲାଗିବା ପରେ ପିଆଜ କିଣିବାକୁ ଡରୁଛନ୍ତି ଗ୍ରାହକ ।

ଅନ୍ୟପଟେ ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ କହିଛନ୍ତି ଏହା କେବଳ ଓଡିଶା ନୁହେଁ ସାରା ଦେଶର ସ୍ଥିତି । ଗତମାସ ୨୩,୨୪ ଓ ୨୫ ତାରିଖରେ ହୋଇଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ସ୍ଥାନୀୟ ପିଆଜ ଅମଳ ହୋଇପାରିନାହିଁ । ଫଳରେ ବାହାର ରାଜ୍ୟରୁ ପିଆଜ ଆମଦାନି କରି ବିକ୍ରି କରିବାକୁ ପଡୁଛି ।

ONION PRICE

ତେବେ ଖାଉଟିଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ୨୮୪ଟି ସୁଲଭ ବିକ୍ରୟ କେନ୍ଦ୍ରରେ ପିଆଜ ବିକ୍ରି କରୁଛନ୍ତି । ଅସାଧୁ ବ୍ୟବସାୟୀ ଓ କଳାବଜାରୀ ଉପରେ ସରକାର କଡା ନଜର ରଖିଛନ୍ତି । ଏବଂ ଆବଶ୍ୟକତା ଅନୁସାରେ କଡା ପଦକ୍ଷେପ ନେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।