ଭିକାରୀମୁକ୍ତ ହେବ ଓଡ଼ିଶା ! ୧୬ ସୁତ୍ରୀ ଯୋଜନା ସହ ପ୍ରସ୍ତୁତ ରାଜ୍ୟ ସରକାର

45

କନକ ବ୍ୟୁରୋ : ଭିକାରୀମୁକ୍ତ ହେବ ଓଡ଼ିଶା । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଏ କ୍ଷେତ୍ରରେ ଆଗରେ ରେକର୍ଡ ସୃଷ୍ଟି କରିବ କି ଏ ନେଇ ଆରମ୍ଭ ହୋଇଛି ଅବଗଣନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏଭଳି ଏକ ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଜିଲ୍ଲାପାଳମାନେ ଯୋଜନା ପ୍ରସ୍ତୁତ କରିଛନ୍ତି । ତେବେ ସତରେ ଏହା କେତେଦୂର କାର୍ଯ୍ୟକାରୀ ହୋଇପାରିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଭିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରଥମେ ସବୁ ଜିଲ୍ଲାରେ ସର୍ଭେ କାମ ଆରମ୍ଭ ହେବ । ତା’ପରେ ସେମାନଙ୍କୁ ବର୍ଗୀକରଣ କରି କିଭଳି ଭାବେ ଥଇଥାନ କରାଯିବ ସେ ନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ । କାହାକୁ ଆତ୍ମନିର୍ଭରଶୀଳ ହେବାକୁ ଲୋନ୍ ମିଳିବ ତ କାହାକୁ ବୃଦ୍ଧାଶ୍ରମରେ ରଖାଯିବ । ଏପରିକି ଥଇଥାନ ପାଇଁ ଜାଗା ସହ ଋଣ ମାଧ୍ୟମରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଉଦ୍ୟମ କରାଯିବ । ଏଭଳି ୧୬ ସୁତ୍ରୀ କାର୍ଯ୍ୟକ୍ରମ ହାତରେ ଧରି ଭିକାରୀ ମୁକ୍ତ ରାଜ୍ୟ ହେବାକୁ ସ୍ୱପ୍ନ ଦେଖୁଛି ଓଡିଶା ।

ସାରା ଦେଶରେ ପ୍ରଥମ ଭିକାରୀମୁକ୍ତ ହେବାକୁ ଲକ୍ଷ୍ୟ ରଖିଛି ଗୋଆ । ଭିକ୍ଷାବୃତ୍ତିକୁ ଆଇନତଃ ଏକ ଅପରାଧ ବୋଲି ମୁମ୍ବାଇ, ଦିଲ୍ଲୀ, ଗୋଆ ଘୋଷଣା କରିସାରିଛନ୍ତି । ଓଡ଼ିଶାରେ ଭିକାରୀଙ୍କ ଥଇଥାନ ସଫଳ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଲେ ସରକାର ଭିକ୍ଷାବୃତିକୁ ଏକ ଅପରାଧ ବୋଲି ଘୋଷଣା କରିପାରନ୍ତି ।