କନକ ବ୍ୟୁରୋ : ‘ୱାନାକ୍ରାଏ ରାନ୍ସମ୍ୱେର’ ଭାଇରସକୁ ନେଇ ଏବେ ସାରା ବିଶ୍ୱରେ ଚିନ୍ତାରେ । ୟୁରୋପ ସମେତ ବିଶ୍ୱର କିଛି ଦେଶର ସାଇବର ଆଟାକ ହୋଇଛି । ଖବର ଅନୁସାରେ, ୟୁରୋପ, ଆମେରିକା, ଚୀନ ଓ ଋଷର କିଛି ସ୍ଥାନରେ କମ୍ପ୍ୟୁଟର କାମ କରିବା ବନ୍ଦ କରିଦେଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚା ଜୋରଦାର ହେଉଛି । ଅଜଣା ଇଂଟରନେଟ ଲିଙ୍କକୁ କ୍ଲିନ କରିବାକୁ କ୍ରାଇମବ୍ରାଂଚ ସ୍ୱତନ୍ତ୍ର ଡିଜି ବିଜୟ ଶର୍ମା ସୂଚନା ଜାରି କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କ୍ରାଇମବ୍ରାଂଚ କହିବା ଅନୁସାରେ ଗାଇଡ ଲାଇନ ମଧ୍ୟରେ କାମ କଲେ କୌଣସି ଅସୁବିଧା ହେବ ନାହିଁ । ଇଂଟରନେଟ୍ ବ୍ୟବହାର ବେଳେ ସତର୍କ ରହିବାକୁ କୁହାଯାଇଛି । ଅନ୍ୟପଟେ ଓଡିଶାରେ ବର୍ତମାନ ସୁଦ୍ଧା ଏହି ଭାଇରସ ନେଇ କୌଣସି ଅଭିଯୋଗ ଆସି ନାହିଁ । ତେଣୁ ଏନେଇ ଆତଙ୍କିତ ନହେବାକୁ କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି । ସେସିଆଲ ମିଡିଆରେ ଏଟିଏମ ବ୍ୟବହାର ନକରିବାକୁ ଏବଂ ବ୍ୟାଙ୍କ ୩ ଦିନ ଧରି ବନ୍ଦ ହେବା ନେଇ ମେସେଜ୍ ଭାଇରାଲ ହେଉଛି । ଏହା ପଛରେ କୌଣସି ସତ୍ୟତା ନଥିବା କୁହାଯାଉଛି ।