ଗୋଟିଏ ଗାଡିରେ ନବୀନ-ଜେଟଲୀ : ନବୀନ ନିବାସରେ ମଧ୍ୟାହ୍ନ ଭୋଜନକୁ ନେଇ ଚର୍ଚ୍ଚା

23

କନକ ବ୍ୟୁରୋ : ଗୋଟିଏ ଗାଡିରେ ନବୀନ-ଜେଟଲୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ମଧ୍ୟାହ୍ନ ଭୋଜନକୁ ନେଇ ଚର୍ଚ୍ଚା । ଗତକାଲି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭିନ୍ନ ମୁଦ୍ରାରେ ଦେଖିବାକୁ ମିଳିଥିଲା । ଦୁଇ ପୁରୁଣା ବନ୍ଧୁ ଜେଟଲୀ ଓ ନବୀନ ଅନ୍ତରଙ୍ଗ ଆଳାପ କଲେ, ନବୀନ ତାଙ୍କ ହାତ ଧରି ନବୀନ ନିବାସ ନେଇ ନିଜ ସହ ଲଂଚ ଖୁଆଇଲେ । ଏହା କେବଳ ରାଜନୈତିକ ସମୀକ୍ଷକଙ୍କୁ ନୁହେଁ ଦୁଇ ଦଳର ନେତାଙ୍କୁ ମଧ୍ୟ ଚକିତ କରିଛି ।

ଏପରିକି ବିଜେପିର ତୁଙ୍ଗ ନେତା, କେନ୍ଦ୍ରର ପ୍ରଭାବଶାଳୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅରୁଣ ଜେଟଲୀଙ୍କ ନବୀନ ନିବାସରେ ମଧ୍ୟାହ୍ଣ ଭୋଜନ କଥା ଜାଣି ନଥିବା ଚର୍ଚ୍ଚା ହେଉଛି । ନବୀନ ନିବାସରେ ଲଂଚ ପରେ ଦୁଇ ନେତାଙ୍କ ମଧ୍ୟରେ ପାଖାପାଖି ୨୦ ମିନିଟ ଧରି ଆଲୋଚନା ହୋଇଥିଲା । ନବୀନ ନିବାସରେ ଆତିଥ୍ୟ ଯୋଗୁଁ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ବିଳମ୍ବ କରିଥିଲେ ଅରୁଣ ଜେଟଲୀ । ତେବେ ଏପରି କରି ଦଳୀୟ ନେତାଙ୍କୁ କି ସଂଦେଶ ଦେବାକୁ ଜେଟଲୀ ଚାହୁଁଥିଲେ, ସେ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ନେତାଙ୍କ ଏଭଳି ଆଚରଣ ଅନେକ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ । ନବୀନ ଓ ଜେଟଲୀଙ୍କ ମଧ୍ୟାହ୍ନ ଭୋଜନ ଚର୍ଚ୍ଚାକୁ ନେଇ ବିଜେପି ପ୍ରତିକ୍ରୀୟା ରଖିଛି । ତେବେ ନବୀନ ପଟ୍ଟନାୟକଙ୍କ ସହ ଅରୁଣ ଜେଟଲୀଙ୍କ ବ୍ୟକ୍ତିଗତ ସମ୍ପର୍କ ବୋଲି ବିଜେପି କହିଛି । ସେପଟେ ମୁଖ୍ୟମନ୍ତ୍ରୀ ଶାଳିନତା ଦେଖାଇଲେ ବୋଲି ବିଜେଡି କହିଛି ।

ଦେଖନ୍ତୁ ଏହି ଭିଡିଓ :