ଦିଲ୍ଲୀରେ ବୈଠକ ପରେ ନବୀନ ଖପ୍ପା : ମହାନଦୀ ପାଇଁ ସୁପ୍ରିମକୋର୍ଟ ଯାଇପାରନ୍ତି ରାଜ୍ୟ ସରକାର

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ବିବାଦ ନେଇ ଦିଲ୍ଲୀରେ ହୋଇଥିବା ତ୍ରିପାକ୍ଷିକ ବୈଠକ ବିଫଳ ହୋଇଛି । ଏହା କହିଛନ୍ତି ରାଜ୍ୟ ସରକାର । ଆଜି ବୈଠକ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ପ୍ରେସ ବିବୃତି ଜାରି କରାଯାଇଛି। ଏହି ବୈଠକରେ ଓଡିଶାର ଦାବିକୁ ଉପେକ୍ଷା କରିଛି ଛତିଶଗଡ ଏବଂ କେନ୍ଦ୍ର ଛତିଶଗଡ ସରକାରଙ୍କୁ ଏପ୍ରସଙ୍ଗରେ ରୋକିବାକୁ ବିଫଳ ହୋଇଛନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି ।

ସେପଟେ ରାଜ୍ୟବାସୀଙ୍କ ଜୀବୀକା  ରକ୍ଷା ପାଇଁ ସରକାର ଉଦ୍ୟମ କରିବେ । ଜଳ ବିଭାଜନ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟ ମଧ୍ୟ ଯାଇପାରନ୍ତି ସରକାର ବୋଲି ଏହି ବିବୃତିରେ ଉଲ୍ଲେଖ ରହିଛି। ଏହା ସହ ଗ୍ରୀନ୍ ଟ୍ରିବ୍ୟୁନାଲର ମଧ୍ୟ ଦ୍ୱାରସ୍ଥ ହେବେ ବୋଲି ସରକାର ସୂଚନା ମିଳିଛି।

vlcsnap-2016-09-17-21h05m23s037