ନର୍ଲା ୱାଗନ ମରାମତି ଫ୍ୟାକ୍ଟ୍ରି ସ୍ଥାନାନ୍ତର ପ୍ରତିବାଦରେ ଆଜି ବାର ଘଂଟିଆ କଳାହାଣ୍ଡି ବନ୍ଦ

33

କଳାହାଣ୍ଡିର ନର୍ଲାରୁ ପ୍ରସ୍ତାବିତ ୱାଗନ ଫ୍ୟା୍କ୍ଟ୍ରି ସ୍ଥ୍ଥାନାନ୍ତର ପ୍ରସଙ୍ଗରେ ରେଳମନ୍ତ୍ରୀଙ୍କ ସ୍ପଷ୍ଟିକରଣ ଲୋଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠି ଲେଖି ସୁରେଶ ପ୍ରଭୁଙ୍କଠାରୁ ଉତର ଚାହିଁଛନ୍ତି ନବୀନ । ଚିଠିରେ ଲେଖାଯାଇଛି ୱାଗନ ଫ୍ୟାକ୍ଟ୍ରି ସ୍ଥାନାନ୍ତର ପ୍ରସଙ୍ଗ ସତ ନା ମିଛ ତାହା ରେଳମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ଗଣମାଧ୍ୟମରେ ସ୍ଥାନାନ୍ତର ନେଇ ପ୍ରକାଶ ପାଇଥିବା ରିପୋର୍ଟ ମିଛ ବୋଲି ନବୀନ ଚିଠିରେ ଆଶା ପ୍ରକାଶ କରିଛନ୍ତି । ଓଡିଶାର ଜନସାଧାରଣଙ୍କୁ ଏହା ଆଘାତ ଦେଇଥିବାରୁ ରେଳମନ୍ତ୍ରୀଙ୍କଠାରୁ ସକାରାତ୍ମକ ଉତର ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ଏହି ଚିଠିରେ ଯୁକ୍ତି ଦର୍ଶାଇଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ତିନିଟି ବଡବଡ ୱାଗନ ଫ୍ୟା୍କ୍ଟ୍ରି ଥିବାବେଳେ ଓଡିଶାରେ ଆଦୌ ନାହିଁ । ପୂର୍ବତଟ ରେଳବାଇ ଓଡିଶାରୁ ସର୍ବାଧିକ ରାଜସ୍ୱ ନେଉଥିବା ବେଳେ ସ୍ୱାଭାବିକ ଭାବରେ ଓଡିଶାରେ ଏହି ଫ୍ୟାକ୍ଟି୍ର ସ୍ଥାପନ କରାଯିବା ଦରକାର ବୋଲି ନବୀନ ଲେଖିଛନ୍ତି । ୨୦୧୩-୧୪ ରେଳ ବଜେଟରେ ଓଡିଶାର କଳାହାଣ୍ଡି ଜିଲ୍ଲା ନର୍ଲାରେ ଏକ ୱାଗନ ଫ୍ୟା୍କ୍ଟ୍ରି ବସାଇବାକୁ ଘୋଷଣା କରାଯାଇଥିଲା । ରାଜ୍ୟସରକାର ଏଥିପାଇଁ ଆବଶ୍ୟକ ଜମି ଓ ପାଣି ଯୋଗାଇ ଦେବାକୁ ସମସ୍ତ ପ୍ରତିଶ୍ରୁତି ଦେଇଥିବା ସତ୍ୱେ ଏହାକୁ ଆନ୍ଧ୍ରକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।