ଯେଉଁଠି ଅବଦୁଲ୍ କଲାମ୍ ଚାକିରୀ କରିଥିଲେ, ଆପଣ ସେଠାରେ ଚାକିରୀ କରିବାକୁ ଇଚ୍ଛୁକ କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

86

ଡିଆରଡିଓ ଆଇଟିଆର ( ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ) ରେ ଯଦି ଆପଣ ଚାକିରୀ କରିବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ରହିଛି ଏକ ସୁବର୍ଣ୍ଣ ସୁଯୋଗ । ଆଇଟିଆର ଚାନ୍ଦିପୁର, ଡିଆରଡିଓ, ପ୍ରତିରକ୍ଷା ମନ୍ତ୍ରାଳୟ ଅଧିସୂଚନା ସଂଖ୍ୟା – ITR/HRD/AT (Diploma)/୦୩/୨୦୧୭ ଅନୁସାରେ ଟେକ୍ନିସିଆନ୍ସ ଅପରେଟିଭସ୍ ବର୍ଗରେ ବିଭିନ୍ନ ପଦ ପାଇଁ ସମୁଦାୟ ୩୦ଟି ପୋଷ୍ଟ ବାହାରିଛି । ଆଉ ଏଥି ପାଇଁ ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ଏକ ଇଣ୍ଟରଭ୍ୟୁ କରାଯିବ ।

ଉଲ୍ଲେଖନୀୟ, ଡିଆରଡିଓରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ. ଏପିଜେ ଅବଦୁଲ୍ କାଲାମ ଚାକିରୀ କରିଥିଲେ । ଯଦି ଆପଣ ମଧ୍ୟ ଏଠାରେ ଚାକିରୀ କରିବାକୁ ଚାହୁଁଛନ୍ତି, ତେବେ ୱାକ୍-ଇନ୍-ଇଣ୍ଟରଭ୍ୟୁରେ ସାମିଲ ହୋଇପାରିବେ ।

ସକାଳ ୯ଟା ରୁ ୧୦ଟା ପର୍ଯ୍ୟନ୍ତ ହେବ ଇଣ୍ଟରଭ୍ୟୁ :
ଇଣ୍ଟରଭ୍ୟୁରେ ଭାଗ ନେବା ପାଇଁ ସକାଳ ୯ଟାରୁ ୧୦ଟା ମଧ୍ୟରେ ଆବେଦନ କରିବେ । ଏଥିପାଇଁ ଆବେଦନକାରୀ ସମସ୍ତ କାଗଜପତ୍ରର ଓରଜିନାଲ ଏବଂ ଫୋଟୋକପି ସହ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ, ଚାନ୍ଦିପୁର- ୭୫୬୦୨୫, ବାଲେଶ୍ୱରରେ ଆବେଦନ କରିପାରିବେ ।

ଯୋଗ୍ୟତା :
ଯଦି ଆପଣଙ୍କ ପାଖରେ ଏହି ସମ୍ବନ୍ଧିତ ପଦରେ କାମ କରିବାର ଅନୁଭବ ନାହିଁ , ଆଉ ଆପଣ ଫ୍ରେସର, ତେବେ ଆପଣଙ୍କ ପାଖରେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ, ସିଭିଲ୍ ଇଞ୍ଜିନିୟରିଂ ଏବଂ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ମଧ୍ୟରୁ ଯେକୌଣସି ଗୋଟିଏରେ ମଧ୍ୟ ଡିପ୍ଲୋମା ଡିଗ୍ରୀ ଥିବା ଆବଶ୍ୟକ ।

ସମୁଦାୟ ଖାଲି ପଡିଥିବା ପଦବୀର ବିବରଣୀ :
ଟେକ୍ନିସିଆନ୍ ଅପରେଟିଭସ୍ ପାଇଁ ୩୦ଟି ପଦରେ ନିଯୁକ୍ତି କରାଯିବ । ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ପାଇଁ ୮ଟି ପଦ, କମ୍ପ୍ୟୁଟର ସାଇନ୍ସ ଏଣ୍ଟ ଇଞ୍ଜିନିୟରିଂ କିମ୍ବା ଆଇଟି ପାଇଁ ୭ଟି ପଦ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ ଏବଂ ସିଭିଲ୍ ଇଞ୍ଜିନିୟରିଂ ବିଭାଗରେ ୫ଟି ଲେଖାଏଁ ମୋଟ ୧୫ଟି ପଦ ପାଇଁ ନିଯୁକ୍ତି କରାଯିବ ।

ଚୟନ ପ୍ରକ୍ରିୟା :
ଇଣ୍ଟରଭ୍ୟୁ ଏବଂ ମେଡିକାଲ ଟେଷ୍ଟ ପ୍ରକ୍ରିୟାରେ ଏହି ପଦ ଗୁଡିକ ପାଇଁ ଚୟନ କରାଯିବ ।