ବିଦ୍ୟୁତ ମିଟର ଚେକ୍ ବାହାନାରେ ଡକାୟତି ! ଘରେ ପଶି ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁବୃର୍ତ୍ତ

37

କନକ ବ୍ୟୁରୋ : ବିଦ୍ୟୁତ ମିଟର ଚେକ ବାହାନାରେ ଦିନ ଦ୍ୱିପହରରେ ଘରେ ପଶି ଡକାୟତି । ସମ୍ବଲପୁର ଅଇଁଠାପାଲି ଶାନ୍ତିନଗର ଭୀମଭୋଇ ପାର୍କ ନିକଟରେ ଥିବା ରବୀନ୍ଦ୍ର ନାରାୟଣ ସେନାଙ୍କ ଘରେ ଡକାୟତି ହୋଇଛି । ପାଖାପାଖି ୧୫ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁୃର୍ବୁତ । ଏପରିକି ରବୀନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରି ଲୁଟ କରିଛନ୍ତି ଦୁର୍ବୃତ ।

ଲୁଟ କରିଥିବା ଦୁବୃର୍ତ୍ତ ମାନେ ଯୋଜନାବଦ୍ଧ ଭାବେ ରବୀନ୍ଦ୍ରଙ୍କ ଘରେ ପଶିଥିଲେ । ଯେପରି କାହାର ସନ୍ଦେହ ନ ସୃଷ୍ଟି ହୁଏ ସେଥିପାଇଁ ମିଟର ଚେକ କରିବା ବାହାନାରେ ରବୀନ୍ଦ୍ରଙ୍କ ଘରେ ପଶିଥିଲେ ଦୁବୃର୍ତ୍ତ । ଏହାପରେ ଘରେ ଥିବା ବୃଦ୍ଧଙ୍କୁ ଛୁରୀରେ ଆକ୍ରମଣ କରିବା ସହ ୫ ଲକ୍ଷ ଟଙ୍କାର କ୍ୟାସ ଓ ୧୫ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିଲେ । ଦିନ ଦ୍ୱିପ୍ରହରରେ ଏଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ଲୁଟ୍ ପରେ ଘଟଣା ସ୍ଥଳରେ ସାଇଟିଂଫିକ ଟିମ ଓ ପୁଲିସର ଛାନିଭନ ଆରମ୍ଭ ହୋଇଛି ।