ଆରମ୍ଭ ହେଲା ଜିଓ ୪ଜି ଫୋନ୍ ବୁକିଙ୍ଗ୍ ! ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ଡକ୍ୟୁମେଂଟ୍

75

କନକ ବ୍ୟୁରୋ : ଆରମ୍ଭ ହେଲା ଜିଓ ୪ଜି ଫୋନ୍ ବୁକିଙ୍ଗ୍ । ଘୋଷଣା ତାରିଖର କିଛି ଦିନ ଆଗରୁ ବୁକିଙ୍ଗ୍ ଆରମ୍ଭ କରିଛନ୍ତି ଦିଲ୍ଲୀର କିଛି ରିଟେଲର୍ । ଅର୍ଥାତ୍ ଏବେ ସମୟ ପୂର୍ବରୁ ଆପଣ ବି ପାଇପାରିବେ ଏହି ମାଗଣା ୪ଜି ଫୋନ୍ । ତେବେ ରିଟେଲରଙ୍କ ପାଖରୁ ଫୋନ୍ ନେବା ସମୟରେ ଏଥିପାଇଁ ୧୫୦୦ଟଙ୍କା ଜମା କରିବାକୁ ପଡିବ । ଯାହା ପରେ ଆପଣ ଫେରିପାଇବେ । ଏବେ ଜାଣନ୍ତୁ ଏହି ଫୋନ୍ ପାଇବା ପାଇଁ ଆବଶ୍ୟକୀୟ ଡକ୍ୟୁମେଂଟ୍ ଏବଂ ପଞ୍ଜୀକରଣ ପ୍ରଣାଳୀ ।

ଅର୍ଡର୍ ପାଇଁ କେମିତି କରିବେ ପଞ୍ଜୀକରଣ :
ଅନଲାଇନ୍ ଅର୍ଡର୍ ପାଇଁ କମ୍ପାନୀର ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ.ଜିଓ.କମ୍ ରେ ପ୍ରିି ବୁକିଙ୍ଗ୍ କରିପାରିବେ । ଏଥିରେ ଆପଣଙ୍କୁ କିଛି ତଥ୍ୟ ଦେବାକୁ ପଡିବ । ଯେମିକି ଆପଣଙ୍କ ନାଁ, ମୋବାଇଲ୍ ନମ୍ବର, ଇମେଲ୍ ଏବଂ ପିନ୍ କୋର୍ଡ । ଏହାପରେ ଆପଣଙ୍କ ନିକଟକୁ ଏକ କନଫରମେସନ୍ ମେସେଜ୍ ବା ମେଲ୍ ଆସିବ । ତେବେ ଏହି ପ୍ରି ବୁକିଙ୍ଗ୍ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କରିପାରିବେ । ଅଫଲାଇନ୍ ପାଇଁ ନିକଟସ୍ଥ ରିଲାଏନ୍ସ ରିଟେଲରଙ୍କ ପାଖକୁ ଯିବାକୁ ପଡିବ ।

ଡକ୍ୟୁମେଂଟ୍ :
ଏହି ଫୋନ୍ ପାଇବାକୁ ହେଲେ ଦରକାର ଆଧାରକାର୍ଡ । ଯଦି ଆପଣ ଗୋଟିଏରୁ ଅଧିକ ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ମିଳିବା ଅସମ୍ଭବ । କାରଣ ଗୋଟିଏ ଆଧାର କାର୍ଡରେ ଗୋଟିଏ ଫୋନ୍ ହିଁ ମିଳିପାରିବ । ଆଧାର୍ କାର୍ଡ ଷ୍ଟୋରରେ ଦେବା ପରେ ଆପଣଙ୍କ ସବୁ ତଥ୍ୟ ସଫ୍ଟୱେରରେ ଲୋଡ୍ ହୋଇଯିବ ।

ମୂଲ୍ୟ :
ଯେତେବେଳେ ମୁକେଶ୍ ଅମ୍ବାନୀ ୨୧ ଜୁଲାଇରେ ଏହି ଫୋନକୁ ନେଇ ଘୋଷଣା କରିଥିଲେ ସେତେବେଳେ ଏହା ଏକ ପ୍ରକାର ମାଗଣା ବୋଲି କହିଥିଲେ । କାରଣ ଏହି ଫୋନ୍ କିଣିବା ବେଳେ ଆପଣଙ୍କୁ ମାତ୍ର ୧୫୦୦ଟଙ୍କା ଜମା କରିବାକୁ ପଡିବ । କିନ୍ତୁ ୩ବର୍ଷ ପରେ ଏହି ଟଙ୍କା ଆପଣ ଫେରିପାଇବେ । ଏହାର ଅର୍ଥ ଏହି ଫୋନଟି ଆପଣ ମାଗଣା ପାଇପାରିବେ ।

ଡେଲିଭରୀ ତାରିଖ :
ଯେଉଁମାନେ ଏବେ ଅନଲାଇନ୍ ଅର୍ଡର୍ କରିଛନ୍ତି ସେମାନେ ସେପ୍ଟେମ୍ବର ୧ ରୁ ୪ ତାରିଖ ଭିତରେ ଏହି ଫୋନକୁ ପାଇପାରିବେ । ତେବେ ବିଳମ୍ବରେ ଯେଉଁମାନେ ଅର୍ଡର କରନ୍ତି ସେମାନଙ୍କୁ ବିଳମ୍ବରେ ପହଂଚିପାରେ ଫୋନ୍ । କାରଣ ଧୀରେ ଧୀରେ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଛି  ।  ତେଣୁ ଯଦି ଶୀଘ୍ର ପାଇବାକୁ ଚାହାଁନ୍ତି ତେବେ ଶୀଘ୍ର ଅର୍ଡର୍ କରନ୍ତୁ ।