ଚୀନରେ ପ୍ରବେଶ ପାଇଁ ଫେସବୁକ କରୁଛି ସଂଘର୍ଷ : ନୂଆ ଆପ ଜରିଆରେ ଚାଇନା ବଜାରରେ କରିପାରେ ରାଜ୍

36

କନକ ବ୍ୟୁରୋ: ବିଶ୍ୱର ବୃହତ୍ତମ ଡିଜିଟାଲ ମାର୍କେଟରେ ଲୁଚିିଛପି ପ୍ରବେଶ କରିବାକୁ ଯାଉଛି ଫେସବୁକ । ଏନେଇ ଏକ ନୂଆ ଆପର ସାହାରା ନେଇଛି କମ୍ପାନୀ । ଯାହା ସାହାଯ୍ୟରେ ଚାଇନା ବଜାରରେ ଆଉ ଥରେ ରାଜ କରିବାକୁ ଫେସବୁକ ଆରମ୍ଭ କରିଛି ସଂଘର୍ଷ । ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ ।

ଫେସବୁକ । ମୁଖ୍ୟ କାର୍ଯ୍ୟାଳୟ କାଲିଫର୍ଣ୍ଣିଆରେ । ସାରା ବିଶ୍ୱର ଲୋକଙ୍କୁ ଯୋଡିଛି ଗୋଟିଏ ଆପ୍ଲିକେସନରେ । ଫେସବୁକକୁ ଘଡିଏ ନ ଦେଖିଲେ ଯେମିତି ସବୁ କିଛି ଓଲଟପାଲଟ ହେଲା ଭଳି ଲାଗେ । ହେଲେ ୨୦୦୯ରୁ ଚୀନର ବଜାରରୁ ହଟାଯାଇଛି ଏହି ଯୋଗାଯୋଗ ଆପ୍ଲିକେସନକୁ । ମୋଟାମୋଟି ଭାବେ କହିବାକୁ ଗଲେ ଚୀନରେ ବେପାର କରିପାରୁନି ଫେସବୁକ । ଯାହା ଚିନ୍ତା ବଢ଼ାଇଛି ଏହି କମ୍ପାନୀର ।

ଏ ଟେନସନରୁ ମୁକ୍ତିି ପାଇଁ ଉପାୟ ଭାବିଛି କମ୍ପାନୀ । ଗୁପ୍ତ ଭାବେ ରଚିଛି ଷଡଯନ୍ତ୍ର । ଆପଣାଇଛି ସିକ୍ରେଟ ଫର୍ମୁଲା । କେବଳ ଚୀନ ବଜାରକୁ କବ୍ଚା କରିବାକୁ ଫେସବୁକ ତିଆରି କରିଛି ନୂଆ ଏକ ଆପ୍ । ଯାହାର ନାମ ରଖାଯାଇଛି କଲରଫୁଲ ବେଲୁନ । ଆଉ ଏହି କଲରଫୁଲ ବେଲୁନ ଆପ୍ ସହାୟତାରେ ଚୀନ ମାର୍କେଟକୁ ହାତେଇ ଫେସବୁକ ନିଜକୁ ରଙ୍ଗୀନ କରିବାକୁ ଉପାୟ ଚିନ୍ତା କରିଛି ।

ବିଶ୍ୱର ପ୍ରାୟ ସମସ୍ତ ଦେଶରେ ପ୍ରବେଶ କରିସାରିଛି ଫେସବୁକ । ୨୦୦୯ ପୂର୍ବରୁ ଚୀନରେ ବି ଭଲ ବେପାର ବି ଜମାଇଥିଲା । କିନ୍ତୁ ଯୋଗାଯୋଗର ବାହାନାରେ କାଳେ କିଛି ଅଘଟଣ ଘଟିବ ସେନେଇ ଭୟଭୀତ ଚୀନ ସରକାର ଫେସବୁକକୁ ବ୍ୟାନ କରିଥିଲେ ଦେଶରେ । ଏହାପରେ ଚୀନର ଡିଜିଟାଲ ବଜାରରେ ପ୍ରବେଶ ପାଇଁ ଅନେକ ଚେଷ୍ଟା କରି ବିଫଳ ହୋଇଥିଲା କମ୍ପାନୀ । କିନ୍ତୁ ଏବେ ନୂଆ ଆପ୍ଲିକେସନ ଜରିଆରେ ଚୀନରେ ପ୍ରବେଶ କରିବା ନେଇ ଫେସବୁକର ଏହି ବେପାର ମସୁଧା ଚୀନରେ କାଏମ ରହୁଛି କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ।