ରେଳ ବିଭାଗର ନୂଆ ନିୟମ ! ମହିଳା ପାଇବେ ଅଧିକ ଫାଇଦା

29

ଆଗକୁ ହୋଲି ଉତ୍ସବ ଆସୁଛି । ଏଣୁ ଅଧିକାଂଶ ଲୋକ ଦୋଳ ଉତ୍ସବ ପାଳନ ପାଇଁ ଘରକୁ ଫେରିବେ । ଏଭଳି ସମୟରେ ରେଳ ବିଭାଗ ମହିଳା ପାଇଁ ଆଣିଛି ହୋଲି ଉପହାର । ମହିଳାଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରେଳ ଯାତ୍ରା ସମୟରେ ବ୍ୟବହାର ହେଉ ନଥିବା ବାର୍ଥସକୁ ପ୍ରଥମେ େଓ୍ଵଟିଂ ଲିଷ୍ଟରେ ଥିବା ମହିଳା ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ। ମହିଳା କୋଟା ଆଧାରରେ ଏହି ବାର୍ଥସ୍ ଯାତ୍ରୀଙ୍କୁ ଦିଆଯିବ। ସେହିପରି ଯଦି ବର୍ଥ ଖାଲି ଅଛି ତେବେ ବୋର୍ଡ ଟିକେଟ ଯାଞ୍ଚ ସମୟରେ ମହିଳା ଓ ବରିଷ୍ଠ ନାଗରିକଙ୍କୁ ସେହି ସିଟ୍ ଦେବାର ଅଧିକାର ରହିଛି। ବର୍ତ୍ତମାନ ସମୟରେ ବରିଷ୍ଠ ନାଗରିକ ଓ ୪୫ବର୍ଷରୁ ଊର୍ଧ୍ୱ ମହିଳା ତଥା ଗର୍ଭବତୀ ମହିଳାଙ୍କୁ ପ୍ରଥମେ ସିଟ୍ ଉପଲବ୍ଧ କରାଯାଇଥାଏ।

ଚଳିତବର୍ଷ ମାର୍ଚ୍ଚରୁ ରେଳ ମନ୍ତ୍ରାଳୟ ରେଳ ଯାତ୍ରାକୁ କାଗଜବିହୀନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ନିୟମ ଅନୁଯାୟୀ ଯାତ୍ରୀ ନୂଆଦିଲ୍ଲୀ, ଇଜରତ ନିଜାମୁଦ୍ଦୀନ, ମୁମ୍ବାଇ ସେଣ୍ଟ୍ରାଲ, ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନସ୍, ଚେନ୍ନାଇ ସେଣ୍ଟ୍ରଲ, ହାଓ୍ଵଡାରୁ ଯାତ୍ରା ଆରମ୍ଭ କରିବା ସମୟରେ ରିର୍ଜଭେସନ୍ ବଗିରେ ଆଉ ରିର୍ଜଭେସନ୍ ତାଲିକା ପାଇବେ ନାହିଁ । ତେବେ ଏହି ପ୍ରକ୍ରିୟାକୁ ତିନିମାସ ପର୍ୟ୍ୟନ୍ତ ପରୀକ୍ଷା ମୂଳକ ଭାବେ ଲାଗୁ କରାଯିବ ବୋଲି ରେଳାବାଇ ପକ୍ଷରୁ ସୂଚନା ମିଳିଛି। ତିନିମାସ ପରେ ରପୋର୍ଟକୁ ଦେଖିଲା ପରେ ଅନ୍ୟ ସ୍ଥାନମାନଙ୍କରେ ଏହି ନିୟମକୁ ଲାଗୁ କରାଯିବ ବୋଲି ସ୍ଥିର କରାଯାଇଛି।