ନବୀନ ନିବାସରେ ପୁଣି ଥରେ ପହଞ୍ଚିଛନ୍ତି ସମ୍ବିତ ରାଉତରାୟ । ଦ୍ୱିତୀୟ ଥର ପାଇଁ ନବୀନଙ୍କୁ ଭେଟିଲେ ସମ୍ବିତ

ଆଜି ପୁଣି ଥରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତ ନବୀନ ନିବାସରେ ପହଞ୍ଚିଛନ୍ତି

395

କନକ ବ୍ୟୁରୋ : ନବୀନ ନିବାସରେ ଆଜି ବି ନେତାଙ୍କ ଭିଡ ଜମିଛି । ବିଭିନ୍ନ ଜିଲ୍ଲାରୁ ନେତାମାନେ ଆଜି ଡେରା ପକାଇଛନ୍ତି ନବୀନ ନିବାସରେ । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ହିଁ ଅନେକ ନେତା ନବୀନ ନିବାସରେ ପହଞ୍ଚିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆଜି ପୁଣି ଥରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତ ନବୀନ ନିବାସରେ ପହଞ୍ଚିଛନ୍ତି । ପୂର୍ବରୁ ମଧ୍ୟ ସେ ନବୀନ ନିବାସ ଯାଇଥିଲେ । ସେହି ସମୟରେ ସେ ପାରାଦ୍ୱୀପରୁ ଲଢିବା ପାଇଁ ଇଚ୍ଛା ଥିବା କଥା ମଧ୍ୟ ଗଣମାଧ୍ୟମକୁ କହିଥିଲେ ।

ତେବେ ଏହାରି ମଧ୍ୟରେ ତାଙ୍କ ବାପା ତଥା ବିଜେଡିର ପୂର୍ବତନ ନେତା ପଦ୍ମ ଧରିଛନ୍ତି । ତେଣୁ ସମ୍ବିତ ବାପାଙ୍କ ବିଜେପି ଯିବାପରେ ପୁଣି ଥରେ ନବୀନ ନିବାସ ଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ତେଣୁ ଆଜି ରାଜନୈତିକ ଦଳ ଗୁଡିକ ନିଜ ନିଜ ପ୍ରାର୍ଥା ତାଲିକା ମଧ୍ୟ ଘୋଷଣା କରିବାର ସମ୍ଭାବନା ରହିଛି । ତେବେ ଏପରି ଗୁୁରୁତ୍ୱପୂର୍ଣ୍ଣ ସମୟରେ ସମ୍ବିତ ପୁଣି ଥରେ ନବୀନ ନିବାସରେ ପହଞ୍ଚିବାକୁ ନେଇ ଜୋର ଧରିଛି ରାଜନୀତି ।