ରାଜନଗର ପେଣ୍ଠଠାରେ ଜିଓଟ୍ୟୁବ ପ୍ରକଳ୍ପରେ ଲାଗିଲା ନିଆଁ : କାରଣ ଅସ୍ପଷ୍ଟ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

225

କନକ ବ୍ୟୁରୋ : ରାଜନଗର ପେଣ୍ଠରେ ଥିବା ଜିଓଟ୍ୟୁବ୍ ପ୍ରକଳ୍ପରେ ନିଆଁ ଲାଗିଛି । ସକାଳେ କେତେକ ସ୍ଥାନୀୟ ଲୋକେ ଜିଓଟ୍ୟୁବ୍ ଜଳୁଥିବା ଦେଖିଥିଲେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଲିଭାକାମ ଜାରି ରହିଛି । ସମୁଦ୍ର କୂଳ ଲଂଘୁଥିବାରୁ ରାଜନଗର ବ୍ଲକର ୫୪ଟି ସମୁଦ୍ର କୂଳିଆ ଗାଁକୁ ସୁରକ୍ଷା ଦେବାପାଇଁ ୩୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା ।

ତେବେ ଏହି ପ୍ରକଳ୍ପରେ କିଭଳି ଓ କେମିତି ନିଆଁ ଲାଗିଛି ତାହାର କାରଣ ଅସ୍ପଷ୍ଠ ରହିଥିବାବେଳେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଓଡ଼ିଶାର ପ୍ରଥମ ଓ ଭାରତର ଦ୍ୱିତୀୟ ପ୍ରୋଜେକ୍ଟ ଭାବେ ଏହି ଜିିଓ ଟ୍ୟୁବ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଥିଲା ।