ଶ୍ରୀକ୍ଷେତ୍ରରେ ଏନକାଉଣ୍ଟର। ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଦିୱାନା ବେହେରା ଆହତ

ସୁପାରି ନେଇ ହତ୍ୟା କରିବାକୁ ଯୋଜନା କରୁଥିବା ବେଳେ ଗୁଳି କଲା ପୁଲିସର; ଦିବାନାର ଡାହାଣ ଗୋଡରେ ବାଜିଛି ଗୁଳି, ମେଡିକାଲରେ ଭର୍ତ୍ତି

298

କନକ ବ୍ୟୁରୋ: ପୁଣି ପୁରୀରେ ଏନକାଉଣ୍ଟଟର । ସହରର ଆଶ୍ରମ ଛକରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ଦିୱାନା ବେହେରାକୁ ଏନକାଉଣ୍ଟର କରିଛି ପୋଲିସ । ତାର ଡାହାଣଗୋଡରେ ଗୁଳିବାଜିଛି । ଆହତ ଅବସ୍ଥାରେ ଦିୱାନାକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଦିୱାନାର ପାଲଟା ଆକ୍ରମଣରେ ବାସେଳୀଥାନା ଆଇଆଇସି ଆହତ ହୋଇଛନ୍ତି । ଦିୱାନା ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ଅପରାଧିକ ମାମଲା ଥିଲା । ଘଟଣାସ୍ଥଳରୁ ବନ୍ଧୁକ ଓ ଅଫୁଟାଗୁଳି ଜବତ ହୋଇଛି ।

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତ୍ରୀରେ ପୁରୀର ଆଶ୍ରମ ଛକରେ ପୁଲିସ ସହ ଗୁଳି ବିନିମୟ କରି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଜଣକ ହେଉଛନ୍ତି ବାସେଳୀସାହି ଥାନା ଅନ୍ତର୍ଗତ ଗୋଖାସାହିର ଦିୱାନା ବେହେରା। ଜଣକୁ ହତ୍ୟା କରିବାକୁ ରାତି ପ୍ରାୟ ୨ଟା ବେଳେ ସେ ପ୍ରସ୍ତୁତି କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିବା ପୁଲିସ ଚଢ଼ାଉ କରିଥିଲା। ପୁଲିସକୁ ଦେଖିବା ମାତ୍ରେ ଦିୱାନା ଗୁଳି ଚଳାଇବାରୁ ପୁଲିସ ବାଧ୍ୟ ହୋଇ ପାଲଟା ଗୁଳି ଚଳାଇଲା। ଗୋଟାଏ ଗୁଳି ଦିୱାନାର ଡାହଣ ଗୋଡ଼ରେ ବାଜିବାରୁ ସେ ଆଶ୍ରମ ଛକରେ ଟଳି ପଡ଼ିଥିଲା। ପୁଲିସ ତାକୁ କାବୁ କରି ଚିକିତ୍ସା କରାଇବାକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା, କିନ୍ତୁ ତା’ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।