ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଅଗ୍ନିକାଣ୍ଡ ! ମେଡିକାଲ ପରିସରରେ ଥିବା ଏନଆରଏଚଏମ କାର୍ଯ୍ୟାଳୟ ଏସିରେ ଲାଗିଲା ନିଆଁ

21

କନକ ବ୍ୟୁରୋ : ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ନିଆଁ । ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଏନଏଚଆରଏମ କାର୍ଯ୍ୟାଳୟରେ ନିଆଁ ଲାଗିଛି । ଏସିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ଦମକଳ ବାହିନୀ ଦୁର୍ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ , ଏନଏଚଆରଏମରେ ଥିବା ଏସିରୁ ପ୍ରଥମେ ଧୂଅାଁ ବାହାରିବା ଦେଖାଯାଇଥିଲା । ପରେ ସେଥିରୁ ନିଆଁ ବାହାରିଥିଲା । ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ଓ କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ତାପରେ ଦମକଳ ବାହିନୀକୁ ଡକାଯାଇଥିଲା । ସେମାନେ ଆସି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ କିଛି କ୍ଷୟକ୍ଷତି ହୋଇନଥାବର ସୂଚନା ରହିଛ । କାରଣ ଏହାର ଅତି ଶୀଘ୍ର ଆୟତ୍ତ କରାଯାଇପାରିଥିିଲା।

ଏନଏଚଆରଏମର ଯେଉଁ ଅଫିସ ଅଛି  ତାହା ଡାକ୍ତରଖାନାର ଅଫିସ ପରିସରରେ ରହିଛି । କ୍ୱାଟରକୁ କ୍ୱାଟର ଲାଗି ରହିଛି । ଯଦି ଏହି ନିଆଁ ଅଧିକା ବ୍ୟାପିଥାନ୍ତା ତ ବହୁତ ଉଦ୍ୟମ ହୋଇଥାନ୍ତା । ଏହି ନିଆଁ ସାରା ହସ୍ପିଟାଲକୁ ବ୍ୟାପିଯାଇଥାନ୍ତା । ଏବଂ ଶହ ଶହ ରୋଗୀ ଓ କର୍ମଚାରୀଙ୍କ ଏହା ବିପଦରେ ପକାଇଦେଇଥାନ୍ତା ।