ମାତ୍ର ୪୩ ଟଙ୍କାରେ ମିଳିବ ପେଟ୍ରୋଲ! ଯଦି ସରକାର, ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ମାନନ୍ତି

69

ପେଟ୍ରୋଲ, ଡ଼ିଜେଲ ଦର ଲଗାତାର ଭାବେ ବୃଦ୍ଧି ପାଉଛି । ଓଡିଶାରେ ପେଟ୍ରୋଲ ଦର ୭୦ ଛୁଇଁଥିବା ବେଳେ ଦିଲ୍ଲୀରେ ଗୁରୁବାର ପେଟ୍ରୋଲ ଦର ୭୦.୩୯ ପ୍ରତି ଲିଟର ଥିଲା । ଅନ୍ୟପଟେ ମାୟାନଗରୀ ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର ୭୯.୫୦ ଟଙ୍କା ପହଞ୍ଚି ସାରିଛି । ଡ଼ିଜେଲର ସ୍ଥିତି ମଧ୍ୟ କିଛି ଏହିପରି । ପେଟ୍ରୋଲ-ଡ଼ିଜେଲର ଦର ବିଗତ ୩ ବର୍ଷରେ ସବୁଠାରୁ ଅଧିକ ହୋଇଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ କଞ୍ଚା ତେଲ ଦର ହ୍ରାସ ପାଇବା ପରେ ମଧ୍ୟ ଦେଶରେ ପେଟ୍ରୋଲ, ଡିଜେଲ ମୂଲ୍ୟ କମ ହୋଇନି । ଯଦି କେନ୍ଦ୍ର ସରକାର ପେଟ୍ରୋଲ ଡ଼ିଜେଲର ଦରରେ ପରିବର୍ତ୍ତନ ପାଇଁ କିଛି ପଦକ୍ଷେପ ଉଠାନ୍ତି, ତେବେ ବର୍ତ୍ତମାନ ଦର ହିସାବରେ ଅଧା ହୋଇଯିବ ଦର । ଯଦି ସରକାର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଶୁଣନ୍ତି, ତେବେ ୧ ଲିଟର ପେଟ୍ରୋଲ କେବଳ ୪୩ ଟଙ୍କାରେ ମିଳିବ । ଏବଂ ୧ ଲିଟର ଡିଜେଲ ୪୧ ଟଙ୍କାରେ ଉପଲବ୍ଧ ହୋଇପାରିବ ।

petrolପ୍ରକୃତକଥା ହେଲା ପେଟ୍ରୋଲ-ଡିଜେଲର ଦର ବୃଦ୍ଧିକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦର ହ୍ରାସ ପାଇଁ ଜିଏସଟି ହଁ ଏକମାତ୍ର ରାସ୍ତା । ସେ କହିଛନ୍ତି ଜିଏସଟି ପରିଷଦ ପେଟ୍ରୋଲ ଡିଜେଲ ଦରକୁ ଜିଏସଟି ପରିଷରଭୁକ୍ତ କରିବା ପାଇଁ ବିଚାର କରିବା ଉଚିତ୍ । ତେବେ ସରକାର ଯଦି ଧର୍ମେନ୍ଦ୍ର ପ୍ରଧାଡ଼ଙ୍କ କଥା ପ୍ରତି ଧ୍ୟାନ ଦିଅନ୍ତି, ତବେ ସାଧାରଣ ଲୋକ ନିଶ୍ଚୟ ଉପକୃତ ହେବେ । ଯଦି ପେଟ୍ରୋଲ ଓ ଡିଜେଲ ନୂଆ ଟାକ୍ସ ନୀତି ଅଧିନରେ ଆସେ ତେବେ ବର୍ତ୍ତମାନ ଦରରେ ପରିବର୍ତ୍ତନ ଆସିବ । ଯଦି ପେଟ୍ରୋଲ–ଡ଼ିଜେଲକୁ ଜିଏସଟି ଅଧୀନରେ ଅଣାଯାଏ ତେବେ ଏଥିିରେ ଅଧିକରୁ ଅଧିକ ୨୮ ପ୍ରତିଶତ ଜିଏସଟି ଲାଗିବ । କାରଣ ଜିଏସଟିରେ ଏହା ସବୁଠାରୁ ଅଧିକ ଟାକ୍ସ ସ୍ଲାବ୍ । ୨୮ ପ୍ରତିଶତ ଟାକ୍ସ ଆଦାୟ ପରେ ପେଟ୍ରୋଲ ଲିଟର ପ୍ରତି ଦିଲ୍ଲୀରେ ପାଖାପଖି ୪୩ ଟଙ୍କା ପଡ଼ିବ । ଯାହା ପେଟ୍ରୋଲର ବର୍ତ୍ତମାନ ଦରର ଅଧା ।

ତେବେ ଆସନ୍ତୁ ଜାଣିବା ଏହା କିପରି ସମ୍ଭବ ? ପ୍ରଥମେ ଆସନ୍ତୁ ଆଲୋଚନା କରିବା ବର୍ତ୍ତମାନ କିପରିpetrol price hike ପେଟ୍ରୋଲ-ଡ଼ିଜେଲ ପାଇଁ ଆପଣଙ୍କୁ ଦିଲ୍ଲୀରେ ୭୦ ଓ ମୁମ୍ବାଇରେ ୮୦ ଟଙ୍କା ଦେବାକୁ ପଡ଼ୁଛି । ପ୍ରଥମେ ପେଟ୍ରୋଲ ବିଷୟରେ ଆଲୋଚନା କରିବା । ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ (ପିପିଏସସି) ଅନୁସାରେ ତୈଳ କମ୍ପାନୀ ଗୁଡ଼ିକ ଏକ ଲିଟର ପେଟ୍ରୋଲକୁ ମାତ୍ର ୩୦. ୪୨ ଟଙ୍କାରେ ଡ଼ିଲର୍ସଙ୍କୁ ବିକ୍ରୀ କରନ୍ତି । ଡିଜେଲର ଏଥିରେ ୩.୨୪ ଟଙ୍କା କମିସନ ଯୋଡ଼ନ୍ତି । ଏହାପରେ ପେଟ୍ରୋଲ ଦର ହୋଇଯାଏ ୩୩.୬୬ ଟଙ୍କା । ତାପରେ କେନ୍ଦ୍ର ଏଥିରୁ ୨୧.୪୧ ଟଙ୍କା ଏଳ୍ସାଇଜ ଡ୍ୟୁଟି ଆଦାୟ କରେ । ତା’ପରେ ଦିଲ୍ଲୀରେ ୧୪.୪୮ ଭାଟ ଲାଗିବା ଏକ ଲିଟର ପେଟ୍ରୋଲ ପିଛା ପାଖାପାଖି ୭୦ ଟଙ୍କାରେ ବିକ୍ରୀ ହୁଏ । ଏବେ ଆସନ୍ତୁ ଡିିଜେଲ ଦର ବିଷୟରେ ଆଲୋଚନା କରିବା । ତୈଳ କମ୍ପାନୀ ଡିଲରଙ୍କୁ ୧ ଲିଟର ଡିିଜେଲକୁ ୨୯.୯୮ରେ ବିକ୍ରୀ କରନ୍ତି । ଏଥିରେ ୨.୧୭ ଟଙ୍କା ଡିଲର ନିଜର କମିଶନ ଯୋଡନ୍ତି । ଦିଲ୍ଲୀରେ ୮.୫୮ ଟଙ୍କା ଭାଟ୍ ଲାଗେ । ଏହିପ୍ରକାରେ ୧ ଲିଟର ଡିଜେଲ ଆପଣଙ୍କ ପାଖରେ ପହଞ୍ଚିଲା ବେଳକୁ ଆପଣଙ୍କୁ ୫୮.୦୬ ଟଙ୍କା ଦେବାକୁ ପଡ଼େ ।

ଯଦି ପେଟ୍ରୋଲ ଜିଏସଟି ପରିସରଭୁକ୍ତ ହୁଏ, ତେବେ ଏକ୍ସାଇଜ ଡ୍ୟୁଟି ଓ ରାଜ୍ୟ ତରଫରୁ ଲାଗୁଥିବା ଭାଟ ଶେଷ ହୋଇଯବ । ଆଉ ସରକାର ଯଦି ୨୮ ପ୍ରତିଶତ ଜିଏସଟି ଲଗାନ୍ତି ତେବ ୧ ଲିଟରେ ପେଟ୍ରୋଲରେ କମିଶନ ଯୋଡ଼ିବା ପରେ ପେଟ୍ରୋଲ ଦର ୩୩.୬୬ ଟଙ୍କା ହୋଇଯିବ । ଏଥିରେ ୨୮ ପ୍ରତିଶତ ଜିଏସଟି ଯୋଡ଼ିବା ପରେ ଦର ମାତ୍ର ୪୦.୦୮ ଟଙ୍କା ହେବ । ଡିଜେଲର ଡିଲର କମିଶନ ଯୋଡ଼ିିବା ପରେ ଦର ୩୨.୧୫ ଚଙ୍କା ହୋଇଯିବ । ଏଥିରେ ୨୮ ପ୍ରତିଶତ ଜିଏସଟି ଯୋଡ଼ିଲେ ୯.୦୨ ଟଙ୍କା ମିିଶିବ । ଏପରିସ୍ଥଳେ ୧ ଲିଟର ଡିଜେଲ ପିଛା ଆପଣଙ୍କୁ ମାତ୍ର ୪୧.୧୭ ଟଙ୍କାରେ ମିଳିବ ।

ଆପଣ ଜାଣିପାରୁଥିବେ ଯଦି ପେଟ୍ରୋଲ ଓ ଡିଜେଲ ଜିଏସଟି ଅଧୀନରେ ଆସେ ତେବେ ଦର ଏବେ ଦରର ଆଧା ହୋଇଯିବ । ତେବେ ପେଟ୍ରୋଲ-ଡିଜଲକୁ ଜିଏସଟି ଅଧୀନରେ ଆଣିବା ପାଇଁ ଏବେ ସରାକରଙ୍କ କୌଣସି ଯୋଜନା ନାହିଁ । ଧର୍ମେନ୍ଦ୍ର ପ୍ରଧାନ ଜିଏସଟି ପରିଷଦଙ୍କ ଜରିଆରେ ଏହାର ସମାଧାନ ବାହର କରିବା ପାଇଁ କହିଛନ୍ତି । ତେବେ ପେଟ୍ରୋଲ ଓ ଡିଜେଲରେ ଜିଏସଟି ଶୀଘ୍ର ଲାଗୁ ହେବ ପରି କିଛି ଆଶା ଦେଖାଯାଉନାହିଁ ।