କୋମଲଙ୍କୁ ଛାଡି ଏବେ ସୋନିଆଙ୍କ ହାତ ଧରି ପାରନ୍ତି ହିମେସ ରେସମିୟା

60

ବଲିଉଡ ଜଗତର ପ୍ରସିଦ୍ଧ ଗାୟକ ତଥା ସିନେମା ନିଦ୍ଦେଶକ ହିମେସ୍ ରେସମିୟା ନିକଟରେ ନିଜ ପତ୍ନୀ କୋମଲକୁ ଛାଡପତ୍ର ଦେଇଛନ୍ତି । ଯାହାର ପ୍ରକୃତ କାରଣ ହେଲା ହିମେସଙ୍କର ନାୟିକା ସୋନିଆ କାପୁରଙ୍କ ଚାଲିଥିବା ପ୍ରେମ ସଂପର୍କ ।

ସୂଚନା ମୁତାବକ, ବର୍ତ୍ତମାନ ହିମେସ ତାଙ୍କ ନୂଆ ଗର୍ଲଫ୍ରେଣ୍ଡ ସୋନିଆଙ୍କ ଲିଭି ଇନ ରିଲେସନସିପରେ ରହୁଛନ୍ତି । ଯାଉ ଯାହାକୁ ସହି ପାରିନଥିଲେ ପତ୍ନୀ କୋମଲ । ଯେଉଁଥିପାଇଁ ଉଭୟେ ଅଗଲା ହେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ବର୍ତ୍ତମାନ ଖବର ଆସିଛି କି ହିମେସ୍ ଖୁବ୍ ଶୀଘ୍ର ସୋମିଆଙ୍କୁ ବିବାହ କରିବାକୁ ଯାଉଛନ୍ତି । ହେଲେ ଏଖବରଟିକୁ କିନ୍ତୁ ହିମେସ ଖଣ୍ଡନ କରିଛନ୍ତି ।

ନିକଟରେ ଏକ ଶୋ’ରେ ଯେତେବେଳେ ତାଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ନିଜ ସଫେଇରେ ଏହାକୁ ଖଣ୍ଡନ କରିଥିଲେ । କିନ୍ତୁ ଏକ ବିଶେଷ ସୂତ୍ରୁ ଜଣା ପଡିଛି କି, ହିମେସ ତାଙ୍କ ପତ୍ନୀକୁ ଛାଡପତ୍ର ଦେବା ପୂର୍ବରୁ ସୋନିଆଙ୍କ ସହ ଲିଭ ଇନ ରିଲେସନସିପରେ ରହୁଥିଲେ । ଖାଲି ସେତିକି ନୁହେଁ ଏପରିକି ସୋନିଆ ହିମେସଙ୍କ ଲାଇଫ୍ ଶୋ’ରେ ବି ସାମିଲ ହେଉଥିଲେ ।

ସୌଜନ୍ୟ: ଅମର ଉଜାଲା