ରାଜପଥରେ ଗଜରାଜ ! ଢେଙ୍କାନାଳରେ ରାସ୍ତା ମଝିରେ ବସ ଅଟକାଇ ବାଟ ଓଗାଳିଲା ଦନ୍ତା

24

କନକ ବ୍ୟୁରୋ : ଜାତୀୟ ରାଜପଥରେ ଗଜରାଜ । ଗାଡିମଟର ଅଟକାଇ ବାଟ ଓଗାଳିଲା ଦନ୍ତା । ହାତୀପଲ ବସ ଅଟକାଇ ରାସ୍ତାପାର ହେଉଛନ୍ତି । ଦେଖନ୍ତୁ ଜାତୀୟ ରାଜପଥର ଏହି ଦୃଶ୍ୟକୁ । କିଭଳି ରାସ୍ତାର ଦୁଇ ପଟରେ ଗାଡି ସବୁ ଅଟକି ରହିଛି ଏବଂ ରାସ୍ତା ଉପରେ ଠିଆ ହୋଇଛି ଦନ୍ତା । କେବଳ ଠିଆ ହୋଇନି ବସରୁ ଓହ୍ଲାଇ ହାତୀପଲଙ୍କ ଫଟୋ ଉଠାଉଥିବା ଯାତ୍ରାଙ୍କ ଉପରକୁ ମାଡି ଆସୁଛି । ଆଜି ପ୍ରାୟ ୧୦ଟା ବେଳେ ଢେଙ୍କାନାଳର ୫୫ ନମ୍ବର ଜାତୀୟ ରାଜପଥରେ ଏହିଭଳି ଭାବରେ ଯାତ୍ରୀଙ୍କ ରାସ୍ତା ଓଗାଳିଥିଲେ ହାତୀପଲ ।

ଗୁଡିଆକାଟେଣୀ ନିକଟ ମାଡୁଆସାହୀ ରାସ୍ତାରେ ୨୨ଟି ହାତୀପଲ ରାଜପଥ ଅବରୋଧ କରିଥିଲେ । କିଛି ସମୟ ପାଇଁ ରାସ୍ତାରେ ଯାନବାହାନ ଚଳାଚଳ ଏକ ପ୍ରକାର ଠପ ହୋଇଯାଇଥିଲା । ତେବେ କେବଳ ଆଜି ନୁହେଁ ପ୍ରାୟ ସବୁ ଦିନ ଏଭଳି ଭାବରେ ହାତୀପଲ ରାସ୍ତା ପାର ହୋଇଥାନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।