ଦୃଷ୍ଟି ଶକ୍ତିକୁ ପ୍ରଖର କରିବାକୁ ଚାହୁଁଛନ୍ତି ! ବିନା କୌଣସି ଚିକିତ୍ସାରେ ଆପଣ ଏହାର ସମାଧାନ ପାଇପାରିବେ ! ଘିଅକୁ ନିତି ସେବନ କରନ୍ତୁ

37

ଏବେ ଦେଖାଯାଉଛି ସମସ୍ତେ ଦୃଷ୍ଟି ଶକ୍ତି କମିବା ସମସ୍ୟାରେ ପଡୁଛନ୍ତି । ଛୋଟ ପିଲା ଠାରୁ ବଡ ସମସ୍ତେ ଚଷମା ବ୍ୟବହାର କରୁଛନ୍ତି । ଘଂଣ୍ଟା ଘଂଟା ଧରି କଂପ୍ୟୁଟରରେ କାମ କରିବା । ଆଉ ନିଜର ଖାଦ୍ୟପେୟରେ ସନ୍ତୁଳନତା ନ ରହୁଥିବା ରୋଗ ବିଭିନ୍ନ ପ୍ରକାର ସମସ୍ୟା ଓ ରୋଗ ଦେଖାଯାଉଛି । ଏବେ ସବୁଠୁ ବଡ ସମସ୍ୟା ହେଲା ଦୃଷ୍ଟି ଶକ୍ତି କମିଯିବା । ଏହାର ଉପଚାର ଆପଣ ଚାହିଁଲେ ଘରୋଇ ଭାବେ କରିପାରିବେ । ଆଉ ଆପଣଙ୍କର ଦୃଷ୍ଟି ଶକ୍ତିକୁ ପ୍ରଖର କରିପାରିବେ ।

ଆୟୁର୍ବେଦରେ ଘିଅକୁ ଖୁବ୍ ମହତ୍ୱପୂର୍ଣ୍ଣ ଭାବେ ବର୍ଣ୍ଣନା କରାଯାଇଛି । ଆୟୁର୍ବେଦ ଅନୁସାରେ ଘିଅ ମଣିଷ ଶରୀରକୁ ଶକ୍ତି ଦେଇଥାଏ । ଅନେକ ଲୋକ ଘିଅ ସେବନ କରିବାକୁ ଭୟ କରିଥାନ୍ତି । କାରଣ ସେମାନଙ୍କର ଅନୁମାନ ଥାଏ , ଘିଅ ଖାଇଲେ ଶରୀରର ଓଜନ ବୃଦ୍ଧି ହୋଇଥାଏ । କିନ୍ତୁ ଗବେଷଣାର ତଥ୍ୟ ଅନୁସାରେ , ଏଭଳି ଭାବନ ସଂପୂର୍ଣ୍ଣ ଭୁଲ୍ । ଯଦି ସୀମିତ ମାତ୍ରାରେ ଘିଅ ସେବନ କରାଯାଏ , ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହେବ । ବିଶେଷକରି ଆଖି ପାଇଁ ଏହା ମହୋଷଧି ଭଳି କାମ କରିବ । ଏହା ବ୍ୟତୀତ ଶୀତ ଋତୁରେ ଘିଅର ସେବନ ଦ୍ୱାରା ଶାରୀରିକ ଶକ୍ତିର ବିକାଶ ହେବା ସାଙ୍ଗକୁ ମାନସିକ ସ୍ତର ମଜବୁତ୍ ରହେ ।

ଦୃଷ୍ଟିଶକ୍ତି ପ୍ରଖର କରିବାକୁ ନିୟମିତ ରୂପେ ଏକ ଚାମଚ ଘିଅରେ ଚିନି ଓ ଗୋଲମରିଚ ମିଶାଇ ସକାଳେ ଖାଲି ପେଟରେ ଖାଇବା ଭଲ । ଏହାଛଡା ରାତିରେ କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହେବା ସହ ହାଡ ମଜବୁତ୍ ରହିଥାଏ ।